ନୂଆଦିଲ୍ଲୀ/ଭୁବନେଶ୍ବର: ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କୁ ନିର୍ବାଚନ ଅଧିକାରୀଭାବେ ନିଯୁକ୍ତ କରାଯାଇଛି।ଭାରତୀୟ ଜନତା ପାର୍ଟି ନିଜର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଆଉ ଏଥିରେ ଓଡ଼ିଶାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଏକ ବଡ଼ ଦାୟିତ୍ୱ ମିଳିଛି। ଝାଡ଼ଖଣ୍ଡ ବିଜେପି ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟାର ଦାୟିତ୍ବ ତାଙ୍କୁ ଦିଆଯାଇଛି। ବିଜେପି ଜାତୀୟ ରିଟର୍ଣ୍ଣିଂ ଅଫିସର ଡ. କେ. ଲକ୍ଷ୍ମଣଙ୍କ ପକ୍ଷରୁ ଏହି ସୂଚନା ଜାରି ହୋଇଛି।ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ, ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନକୁ ପରିଚାଳନା କରିବା ପାଇଁ ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ‘ଜାତୀୟ ନିର୍ବାଚନ ଅଧିକାରୀ’ (Returning Officer) ଭାବେ ନିଯୁକ୍ତ କରାଯାଇଛି।ଜୁଏଲ ଓରାମଙ୍କ ସହ ସହ-ନିର୍ବାଚନ ଅଧିକାରୀ ଭାବେ ଦଳର ଅନ୍ୟ କେତେକ ବରିଷ୍ଠ ନେତାଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଖୁବଶୀଘ୍ର ଜୁଏଲ ଓରାମଙ୍କ ନେତୃତ୍ୱରେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ସମାପ୍ତ ହେବ ବୋଲି ସୂଚନା ମିଳିଛି। ଓଡ଼ିଶା ବିଜେପି ପାଇଁ ଏହା ଏକ ଗର୍ବର ବିଷୟ।




