ତେଣ୍ଡା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ୫୨ତମ ବାର୍ଷିକ ଉତ୍ସବ ପାଳିତ ।

👇समाचार सुनने के लिए यहां क्लिक करें

୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଖଟୁଆ ନିଜ ଅଭିଭାଷଣରେ ବିଦ୍ୟାଳୟର ୫୨ ବର୍ଷର ସଫଳ ଯାତ୍ରାକୁ ଭୂୟସୀ ପ୍ରଶଂସା କରିବା ସହ “ନାରୀ ଶିକ୍ଷା ହିଁ ସମାଜର ପ୍ରକୃତ ବିକାଶ। ଏହି ଅନୁଷ୍ଠାନ ଦୀର୍ଘ ବର୍ଷ ଧରି ଅବହେଳିତ ଅଞ୍ଚଳର ଝିଅ ମାନଙ୍କୁ ଶିକ୍ଷିତ ଓ ସ୍ୱାବଲମ୍ବୀ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଏବଂ ଛାତ୍ରୀ ମାନଙ୍କ ପାଇଁ ଏକ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ।
ଆଜି ଜାତୀୟ ଯୁବ ଦିବସ ଅବସରରେ ଛାତ୍ରୀମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ଗୋଷ୍ଠୀ ସାମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର କୁମାର ଶତପଥି, ତେଣ୍ଡା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମହିମା ଜେନା, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ପରିଡ଼ା, ବରପଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ଲହ୍ୱାର, ବୈଷ୍ଣବବନ୍ଧ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁକୁନ୍ଦ କେଶରୀ ମାରାଣ୍ଡି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ସିଂ ମଞ୍ଚାସୀନ ଥାଇ ନିଜନିଜର ଅଭିଭାଷଣ ରେ ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପ୍ରଧାନ ଶିକ୍ଷକ ବେଣୁଧର ମହାରଣା ବାର୍ଷିକ ବିବରଣୀ ପାଠ, ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ।
ବିଦ୍ୟାଳୟର ବାର୍ଷିକ ଶିକ୍ଷା, କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତି ଛାତ୍ରୀମାନଙ୍କୁ ବିଧାୟକ ଓ ମଂଚାସୀନ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବାର୍ଷିକ ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଛାତ୍ରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ଅଭିଭାବକ, ଅଭିଭାବିକା, ସ୍ଥାନୀୟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ରମେଶ ଚନ୍ଦ୍ର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ
ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें