ବିବେକାନନ୍ଦ ଶିଶୁମନ୍ଦିର ରେ ଦଶମ ବାର୍ଷିକ ଉତ୍ସବ ଓ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ପାଳିତ।

👇समाचार सुनने के लिए यहां क्लिक करें

ନୀଳଗିରି ତା ୧୨/୧(ସିଧାସମ୍ବାଦ); ନୀଳଗିରି ବ୍ଲକ କେ,ପି,ଲାଖରାଜ ଗ୍ରାମପଞ୍ଚାୟତ ଅଧୀନସ୍ଥ ବିବେକାନନ୍ଦ ଶିଶୁମନ୍ଦିରରେ ଦଶମ ବାର୍ଷିକୀ ଉତ୍ସବ ଓ ସ୍ୱାମୀ ବିବେକାନନ୍ଦନଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି l ମୁଖ୍ୟ ଅଥିତି ଭାବେ ୧୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ଯୋଗ ଦେଇ ଶ୍ରୀଜଗନ୍ନାଥ ଓ ସ୍ୱାମୀ ବିବେକାନନ୍ଦଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୟୋଳନ କରି ଉତ୍ସବ କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ତାଙ୍କ ଅଭିଭାଷଣରେ ସ୍ୱାମୀ ବିବେକାନନ୍ଦନଙ୍କ ଜୀବନୀ ଉପରେ ଆଲୋକ ପାତ କରିବା ସହିତ ପିଲାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ମୁଖ୍ୟ ବକ୍ତା ଭାବେ ନୀଳଗିରି ମହାବିଦ୍ୟାଳୟ ର ଅବସର ଅଧ୍ୟକ୍ଷ ଡ଼.ମନୋରଞ୍ଜନ ପଣ୍ଡା, ସମ୍ମାନିତ ବକ୍ତା ଡ଼. ପ୍ରଦୀପ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗିରି ସିଂ, ସମ୍ପାଦକ ଅଜିତ ରାୟ, ପୂର୍ବତନ ନାଏବ ସରପଞ୍ଚ କାର୍ତ୍ତିକ ଦାସ, କୋଷାଧ୍ୟକ୍ଷ ଲମ୍ବୋଦର ଦାସ, ନିରଞ୍ଜନ ଲେଙ୍କା ପ୍ରମୁଖ ମଞ୍ଚାସୀନ ଥାଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବ ରେ ବିଦ୍ୟାଳୟ ସଭାପତି ଗଙ୍ଗାଧର ମିଶ୍ର ସଭାପତିତ୍ୱ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ
ରମେଶ ପରିଡ଼ା, କାର୍ତ୍ତିକେଶ୍ୱର ପାତ୍ର, ଯଚିନ୍ଦ୍ର ନାୟକ, କାର୍ତ୍ତିକେଶ୍ୱର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁରୋପ ଭାବେ
ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଯୁବ ବିଭାଗ ତରଫରୁ “ଜାତୀୟ ଯୁବ ଦିବସ” ଓ ୧୬୩ତମ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ବେଶ ଉଦ୍ଦୀପନା ର ସହ ସ୍ଥାନୀୟ ରତ୍ନାକର ଟାଉନ୍ ହାଇସ୍କୁଲ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ହେମନ୍ତ କୁମାର ବେହେରା ଯୋଗ ଦେଇ ବିବେକାନନ୍ଦ ଙ୍କ ଫଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପଗୁଛ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରଧାନ ଶିକ୍ଷକ ଵିନୋଦ ବିହାରୀ ପଣ୍ଡା , ସମ୍ମାନିତ ବକ୍ତା ଭାବେ ବିବେକାନନ୍ଦ କର, ସମ୍ମାନିତ ଅତିଥି ସମର ଶଙ୍କର କାନୁନଗୋ , ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସଭାପତି ଦାମୋଦର ପଣ୍ଡା ସ୍ବାମୀ ବିବେକାନନ୍ଦ ଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କବି ସୁଭାଷିନୀ ଜୀ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ । ଶିବସୁନ୍ଦର ସାହୁ ଓ ସତ୍ୟ ନାରାୟଣ ମହାପାତ୍ର ବିବେକାନନ୍ଦଙ୍କ ବାଲ୍ୟ ଜୀବନ ବିଷୟରେ ବକ୍ତବ୍ୟ ରଖିଥିଲେ । ଗତ ନଭେମ୍ବର ୧୬ ତାରିଖରେ ହୋଇଥିଵା ଚିତ୍ରାଙ୍କନ ପ୍ରତିଯୋଗିତାରେ “କ” ବିଭାଗରେ ପ୍ରଥମ ରୁ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓ “ଖ” ବିଭାଗ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଗ ନେଇଥିବା
କୃତି ପ୍ରତିଯୋଗୀ ମାନଙ୍କ ମଧ୍ୟରେ “କ” ବିଭାଗ ରୁ ପ୍ରଥମ ସ୍ଥାନରେ ଚିନ୍ମୟ ମଲ୍ଲିକ , ଦ୍ୱିତୀୟ ସ୍ଥାନରେ ସାନଭି କାନୁନଗୋ ଓ ତୃତୀୟ ସ୍ଥାନରେ ଆଦିତ୍ୟ ଜେନା ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। “ଖ” ବିଭାଗରେ ପ୍ରଥମ ସ୍ଥାନରେ ସୁରଭି ବେହେରା, ଦ୍ୱିତୀୟ ସ୍ଥାନରେ ଚନ୍ଦନ ବିନ୍ଧାଣି ଓ ତୃତୀୟ ସ୍ଥାନରେ ହ୍ରିତିକ କୁମାର ଦାସ ଙ୍କୁ ସଭାପତିଙ୍କ ଦ୍ଵାରା ସାର୍ଟିଫିକେଟ ଓ ପୁସ୍ତକ ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ସ୍ବଦେଶ ମନ୍ତ୍ରପାଠ କରାଯାଇଥିଲା। ଶେଷରେ ଚିତ୍ତରଞ୍ଜନ ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें