ମାଉଣ୍ଟ ଆବୁ ଓ ଉଦୟପୁର ପରିଦର୍ଶନ କଲେ ଗଣମାଧ୍ୟମ ର ପ୍ରତିନିଗଣ।

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା (ସିଧା ସମ୍ବାଦ) ଖଣ୍ଡପଡା, କଣ୍ଟିଲୋ ଓ ଭାପୁର ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ଯମର ୨୪ ଜଣ ପ୍ରତିନିଧି ରାଜସ୍ଥାନ ପ୍ରଦେଶର ମାଉଣ୍ଟ ଆବୁ,ଉଦୟପୁର,ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟର ଶାନ୍ତିବନ,ପାଣ୍ତବ ଭବନ, ଆମ୍ବାଜି ମନ୍ଦିର,ନକି ହ୍ରଦର ପାକୃତିକ ପରିବେଶ ସମେତ ଆଖପାଖ ଅଞ୍ଚଳରେ ଅବସ୍ଥିତ ଐତିହାସିକ ପର୍ଯ୍ୟଟନସ୍ଥଳୀ ଗୁଡିକ ପରିଦର୍ଶନ କରିଥିବା ଜଣାଯାଇଛି। ଗଣମାଧ୍ୟମର ପ୍ରତିନିଧିମାନେ ଏତଦବ୍ୟତୀତ ପ୍ରାଚୀନ ମନ୍ଦିର ଗୁଡିକ ପରିଦର୍ଶନ କରିବା ଅବସରରେ ମନ୍ଦିରର କାରୁକାର୍ଯ୍ୟ ଦେଖି ଆନନ୍ଦ ପ୍ରକାଶ କରିଥିଲେ। ବ୍ରଜ କୁମାର ସଦାଶିବ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଓ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ସିଂହସାମନ୍ତଙ୍କ ନେତୃତ୍ବରେ ଗଣମାଧ୍ଯମର ପ୍ରତିନିଧିମାନେ ଏକାଧିକ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଥିବା ଜଣାଯାଇଛି

Sidha Sambad
Author: Sidha Sambad

Leave a Comment

और पढ़ें