ଖଣ୍ଡପଡା,୨୫|୧ (ସିଧା ସମ୍ବାଦ) ଖଣ୍ଡପଡ଼ା ମହୋତ୍ସବ ପଡିଆରେ ଗତ ୩ଦିନ ଧରି ଚାଲିଥିବା ପ୍ରଥମ ସାମନ୍ତ ମହୋତ୍ସବ ରବିବାର ସଂନ୍ଧ୍ଯାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଂନ୍ଧ୍ଯା ବେଶ ଚିତାକର୍ଷକ ହେବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ତଳେ ବାନ୍ଧି ରଖିଥିଲା। ସଂନ୍ଧ୍ୟାରେ ଆୟୋଜିତ ସଭାରେ ସାମନ୍ତ ମହୋତ୍ସବ କମିଟିର ମୂଖ୍ଯ ପୁରୋଧା ତଥା ଯୁବ ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନ ପୌରହିତ୍ଯ କରିଥିଲେ।ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ,ସମ୍ମାନିତ ଅତିଥି ଭାବେ ଖଣ୍ତପଡା ଏନଏସି ଅଧକ୍ଷା ଆରତୀ ପ୍ରଧାନ,ମହୋତ୍ସବ କମିଟିର ସଭାପତି ଗିରିଜା ପ୍ରସାଦ ମିଶ୍ର,ଯୁବ ଇଞ୍ଜିନିୟର ପ୍ରଦ୍ୟୁମ୍ନ କୁମାର ସିଂହ ସାମନ୍ତ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀଙ୍କ ସମେତ ମହୋତ୍ସବ କମିଟିର ସମ୍ପାଦକ ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ସାମନ୍ତ ମହୋତ୍ସବ ସୁଦୁର ପ୍ରସାରୀ ହେଉ ବୋଲି ମତ ଦେବା ସହ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ।ବିଶ୍ବବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ସୁଦୂର ପ୍ରସାରୀ ପ୍ରତିଭାକୁ ଉଦଜୀବିତ କରି ରଖିବାର ମହତ ଲକ୍ଷ୍ଯ ନେଇ ଚଳିତ ବର୍ଷ ଠାରୁ ପ୍ରତିବର୍ଷ ସାମନ୍ତ ମହୋତ୍ସବର ଆୟୋଜନ କରାଯିବ ବୋଲି ଏ ଅବସରରେ ମହୋତ୍ସବ କମିଟିର କର୍ମକର୍ତ୍ତାମାନେ ଘୋଷଣା କରିଥିଲେ।ଶେଷରେ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ମହୋତ୍ସବ ପଡିଆର ବିଭିନ୍ନ ଷ୍ଟଲରେ ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ରାଜ୍ଯର ସୁନାମଧନ୍ଯ କଣ୍ଠଶିଳ୍ପୀ ଓ ସିନେ ତାରକାମାନଙ୍କ ମିଠା ମିଠା ଗୀତ ଦର୍ଶକମାନଙ୍କ ହୃଦୟକୁ ଛୁଇଁ ପାରିଥିଲା।ମହୋତ୍ସବ ପଡିଆରେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟୀତ୍ବ ଖଣ୍ଡପଡା ପୋଲିସ ସୁଚାରୁରୁପେ ତୁଲାଇଥିଲା।ସଙ୍ଗୀତଜ୍ଞ ସୋୟମ ପାଢ଼ୀ,ଜ୍ୟୋତି,ରିୟା,ସୁଭାଶୀଷ ଓ ଲୋରୀୟା ଆଦି ସିନେ ତାରକାମାନେ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। (





