ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ନାଁରେ ଆସିଥିବା ଅପହରଣ ଅଭିଯୋଗକୁ ନେଇ ବିଜେଡି (BJD) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

👇समाचार सुनने के लिए यहां क्लिक करें

ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ନାଁରେ ଆସିଥିବା ଅପହରଣ ଅଭିଯୋଗକୁ ନେଇ ବିଜେଡି (BJD) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି।

 ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ବିରୋଧରେ ଜଣେ ଦଳିତ ମହିଳା ଓ ତାଙ୍କ ଛୁଆଙ୍କୁ ଅପହରଣ କରିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି।

 ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୧୫ ତାରିଖରେ ରାଘବ ମଲ୍ଲିକ ସଲାଣ୍ଡ ଗାଁର ଜଣେ ମହିଳାଙ୍କୁ ଅପହରଣ କରିଥିଲେ ଏବଂ ପରେ ଛାଡ଼ି ଦେଇଥିଲେ।

  • ପୁନର୍ବାର ଡିସେମ୍ବର ୨୯ ତାରିଖରେ ଉକ୍ତ ମହିଳା ଓ ତାଙ୍କ ଛୁଆଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି, ଯେଉଁଥିରେ ସେମାନଙ୍କର କୌଣସି ପତ୍ତା ମିଳୁନାହିଁ।

: ସ୍ଥାନୀୟ ବିଜେଡି ବିଧାୟକ ରମେଶ ବେହେରା ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି।

  • ଥାନାରେ ଏତଲା ଦିଆଯିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

  • : ଅଭିଯୁକ୍ତ ଜଣକ ବିଜେପିର ନେତା ହୋଇଥିବାରୁ ପୋଲିସ ଚୁପ୍ ରହିଛି ବୋଲି ବିଜେଡି ଦାବି କରିଛି।

ମହିଳାଙ୍କ ସ୍ୱାମୀ ଏତଲା ଦେବା ପରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ରାଘବ ମଲ୍ଲିକ ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

Sidha Sambad
Author: Sidha Sambad

Leave a Comment

और पढ़ें