ଦଶପଲ୍ଲା ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ନାଁରେ ଆସିଥିବା ଅପହରଣ ଅଭିଯୋଗକୁ ନେଇ ବିଜେଡି (BJD) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି।
ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ବିରୋଧରେ ଜଣେ ଦଳିତ ମହିଳା ଓ ତାଙ୍କ ଛୁଆଙ୍କୁ ଅପହରଣ କରିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି।
ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୧୫ ତାରିଖରେ ରାଘବ ମଲ୍ଲିକ ସଲାଣ୍ଡ ଗାଁର ଜଣେ ମହିଳାଙ୍କୁ ଅପହରଣ କରିଥିଲେ ଏବଂ ପରେ ଛାଡ଼ି ଦେଇଥିଲେ।
-
ପୁନର୍ବାର ଡିସେମ୍ବର ୨୯ ତାରିଖରେ ଉକ୍ତ ମହିଳା ଓ ତାଙ୍କ ଛୁଆଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି, ଯେଉଁଥିରେ ସେମାନଙ୍କର କୌଣସି ପତ୍ତା ମିଳୁନାହିଁ।
: ସ୍ଥାନୀୟ ବିଜେଡି ବିଧାୟକ ରମେଶ ବେହେରା ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି।
-
ଥାନାରେ ଏତଲା ଦିଆଯିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
-
: ଅଭିଯୁକ୍ତ ଜଣକ ବିଜେପିର ନେତା ହୋଇଥିବାରୁ ପୋଲିସ ଚୁପ୍ ରହିଛି ବୋଲି ବିଜେଡି ଦାବି କରିଛି।
ମହିଳାଙ୍କ ସ୍ୱାମୀ ଏତଲା ଦେବା ପରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ରାଘବ ମଲ୍ଲିକ ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।




