ନୀଳଗିରି,ତା ୨୯|୧(ସିଧାସମ୍ବାଦ); ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟ ରେ ବିଭାଗୀୟ କାର୍ଯ୍ୟ ସମ୍ପାଦନା ନାମରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପୃଷ୍ଠପୋଷକତା କରି ବିଭାଗୀୟ ଅଧିକାରୀ ମାନେ ଅର୍ଥ ହରି ଲୁଟ କରୁଥିବାର ବିଜେଡ଼ି ଅଭିଯୋଗ ଆଣିବା ପରେ ଗତ ୨୮ ତାରିଖ ବୁଧବାର ପୂର୍ବାହ୍ନ ୧୦ ଘଟିକା ରେ ନୀଳଗିରି ବିଜେଡ଼ି ପକ୍ଷରୁ ଆଇଟିଡିଏ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା। ତେବେ ଆଜି ଅର୍ଥାତ ୨୯ ତାରିଖ ଅପରାହ୍ନ ୩ ଘଟିକା ସମୟରେ ଆଇଟି ଡି ଏ ପିଏ ଡ, ମଧୁସ୍ମିତା ସାମନ୍ତରାୟ
ପ୍ରତିନିଧି ଦଳଙ୍କୁ ଅଫିସ କୁ ଡକାଇ,
ମହାମହିମ ରାଷ୍ଟ୍ରପତି ଙ୍କ ବାଲେଶ୍ୱର ଗସ୍ତ କାର୍ଯ୍ୟକ୍ରମ ପରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ନୀଳଗିରି ଫେରିବା ପରେ ଏବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆରମ୍ଭ ହୋଇନଥିବା କାର୍ଯ୍ୟ ବନ୍ଦ ରଖାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଓହରିଥିଲେ।
ସୂଚନା ଯୋଗ୍ୟ ନୀଳଗିରି ଆଇଟିଡିଏ ଅଫିସ ରେ ବିଭାଗୀୟ କାର୍ଯ୍ୟ ସମ୍ପାଦନା ନାମରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପୃଷ୍ଠପୋଷାକତା କରି ଅର୍ଥ ହରି ଲୁଟ ହେଉଥିବର ନୀଳଗିରି ବିଜେଡ଼ି ଅଭିଯୋଗ ଆଣିଥିଲା। ପ୍ରତିବାଦ ସ୍ୱରୂପ ପୂର୍ବତନ ବିଧାୟକ ଇଂ ସୁକାନ୍ତ ନାୟକ ଙ୍କ ଅଧ୍ୟକ୍ଷତାରେ
ଗତ ୨୮ତାରିଖ ଦିନ ଉକ୍ତ ଅଫିସ ସମ୍ମୁଖରେ ଧାରଣା ଦିଆଯାଇ ପ୍ରତିବାଦ କରାଯାଇଥିଲା। ଉକ୍ତ ଧାରଣା ଓ ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ଶୁଭ ଲକ୍ଷ୍ମୀ ମାଝୀ, ଛତ୍ରପୁର ସରପଞ୍ଚ ମାଳତୀ ମାରାଣ୍ଡି, ସିଆଡିମାଳ ସରପଞ୍ଚ ସୁରଥ ସିଂ, ଆରବନ୍ଧ ସରପଞ୍ଚ କୁଳମଣି ନାୟକ, ଜାମୁଡିହା ସରପଞ୍ଚ ଚାନ୍ଦମଣୀ ମୁର୍ମୁ, ମାଟିଆଳି ସରପଞ୍ଚ ଶାନ୍ତିଲତା ବିଶ୍ୱାଳ, ଆରକେପୁର ସରପଞ୍ଚ ବସନ୍ତ କୁମାର ସିଂ, କେଶିପୁର ସରପଞ୍ଚ ବାସନ୍ତୀ ହେମ୍ବ୍ରମ, ଭଉଁରିଆବାଡ଼ ସରପଞ୍ଚ ସଞ୍ଜୟ ସିଂ, ପ୍ରଫୁଲ୍ଲ ପରିଡ଼ା, ରାମକୃଷ ମହାପାତ୍ର, ଅଚ୍ୟୁତ ପ୍ରଧାନ,ଏନଏସି ସଭାପତି ରବୀନ୍ଦ୍ର ପରିଡ଼ା, ବରିଷ୍ଠ ବିଜେଡ଼ି ନେତା ଗଙ୍ଗାଧର ମିଶ୍ର, ଯୁବନେତା ଉପେନ୍ଦ୍ର ଦାସ, ସୁଧୀର ରଞ୍ଜନ ପଣ୍ଡା,ସମିତି ସଭ୍ୟ ରାଜୀବ ଦାସବାବୁ,ଆରବନ୍ଧ ସମିତି ସଭ୍ୟ।ବିନିତା ମଢେଇ,ମାଟିଆଳି ସମିତିସଭ୍ୟ ଶଶଧର ମହାପାତ୍ର, ରମାକାନ୍ତ ମହାଳିକ, ରମାକାନ୍ତ ବାରିକ, ଭଗବତ ଖିଲାର, ବିଦ୍ୟୁତ ପ୍ରଭା ପାତ୍ର, ସାବିତ୍ରୀ ସିଂ ପ୍ରମୁଖ ଶତାଧିକ ବିଜେଡିର ଛାମୁଆ ନେତା ଓ କର୍ମୀ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ।




