ସିଧା ସମ୍ବାଦ। ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର। ଆଜି ବଜାରରେ ହଠାତ୍ ଖସିଛି ସୁନା ଓ ରୁପା ଦର। କେତେ କମିଛି ଦାମ୍? ଆସନ୍ତୁ ଜାଣିବା ଏହି ରିପୋର୍ଟରେ।
ଦିନକ ଭିତରେ ବହୁତ ତଳକୁ ଖସିଆସିଛି ସୁନା ଏବଂ ରୁପା ଦର। ବଜାରରେ ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧ ଲକ୍ଷ ୩୭ ହଜାର ୧୭୦ ଟଙ୍କା ରହିଛି। ସେହିପରି ରୁପା ଦରରେ ମଧ୍ୟ ବଡ଼ ହ୍ରାସ ଘଟିଛି। ଆଜି ରୁପା କିଲୋ ପିଛା ୨ ଲକ୍ଷ ୨୫ ହଜାର ଟଙ୍କା ରହିଥିବା ସୂଚନା ମିଳିଛି। ବିବାହ ଋତୁ ପୂର୍ବରୁ ଦର କମିବା ଗ୍ରାହକଙ୍କୁ ବେଶ୍ ଆଶ୍ଵସ୍ତି ଦେଇଛି।
ତେବେ ଯଦି ଆପଣ ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ ହୋଇପାରେ। ଅଧିକ ଖବର ପାଇଁ ଦେଖୁଥାନ୍ତୁ ସିଧା ସମ୍ବାଦ।




