ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ: ବଦଳିବ ମଦ ବିକ୍ରି ନିୟମ! ରାଜ୍ୟରେ ଆସୁଛି ନୂଆ ଅବକାରୀ ନୀତି; ବନ୍ଦ ହେବ କି ଅନଲାଇନ୍ ମଦ ବିକ୍ରି?

👇समाचार सुनने के लिए यहां क्लिक करें

ଓଡ଼ିଶାର ଅବକାରୀ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂଆ ଅବକାରୀ ଆଇନ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ନୂଆ ନିୟମ ଦ୍ୱାରା ମଦ ବିକ୍ରି, ଲାଇସେନ୍ସ ଏବଂ ମଦ ଦୋକାନର ଅବସ୍ଥିତିକୁ ନେଇ ଅନେକ କଟକଣା ଆସିପାରେ।

 ସୂଚନା ଅନୁସାରେ, ଏହି ନୂଆ ଆଇନରେ ସାମାଜିକ ପ୍ରଭାବ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଧର୍ମାନୁଷ୍ଠାନ ନିକଟରେ ଥିବା ମଦ ଦୋକାନଗୁଡ଼ିକ ଉପରେ କଡ଼ା ନଜର ରଖାଯିବ। ଏହା ସହିତ, ବିଜେପି ସରକାର ଆସିବା ପରେ ଅନଲାଇନ୍ ମଦ ବିକ୍ରି ଏବଂ ମଦର ହୋମ୍ ଡେଲିଭରି ଉପରେ ରୋକ୍ ଲଗାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ରାଜ୍ୟ ଅବକାରୀ ବିଭାଗ ଏହାର ଚିଠା ପ୍ରସ୍ତୁତ କରିସାରିଥିବା ବେଳେ, କ୍ୟାବିନେଟ୍ ମୋହର ବାଜିବା ପରେ ଏହାକୁ ସରକାରୀ ଭାବେ ଘୋଷଣା କରାଯିବ। ଅନେକ ସାମାଜିକ ସଙ୍ଗଠନ ଓ ସାଧାରଣ ଲୋକେ ମଦମୁକ୍ତ ଓଡ଼ିଶା କିମ୍ବା କଡ଼ା ନିୟମ ଦାବି କରିଆସୁଥିଲେ, ଯାହାର ପ୍ରତିଫଳନ ଏହି ନୂଆ ନିୟମରେ ଦେଖିବାକୁ ମିଳିପାରେ

Sidha Sambad
Author: Sidha Sambad

Leave a Comment

और पढ़ें