ଖଣ୍ଡପଡ଼ା ରେ ଶିବ ଜୟନ୍ତୀ ପାଳିତ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୮|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ସହରର ବ୍ରାହ୍ମଣ ସାହିସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ଖଣ୍ଡପଡ଼ା ଶାଖା ପକ୍ଷରୁ ୯୦ ତମ ଶିବ ଜୟନ୍ତୀ ଉତ୍ସବ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି।ବ୍ରଜ କୁମାର ଗୋପବନ୍ଧୁ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ଖଣ୍ଡପଡ଼ା ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।ଶିବ ଜୟନ୍ତୀ ପାଳନର ମହିମା ସଂର୍ପକରେ ବ୍ରଜ କୁମାର ଓ କୁମାରୀମାନେ ଆଲୋକପାତ କରିବା ସହ ଆଧ୍ୟାତ୍ମିକ ମାର୍ଗରେ ମାନବ ସମାଜ ପରିଚାଳିତ ହେଲେ ସମାଜରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ହୋଇପାରିବ ବୋଲି ମତ ଦେଇଥିଲେ।ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ଯକ୍ରମକୁ ସଫଳ କରିଥିଲେ। ଏ ଅବସରରେ ଶିବ ଧ୍ବଜା ଉତ୍ତୋଳନ ଅବସରରେ ସମସ୍ତେ ଧ୍ବଜା ତଳେ ସମବେତ ହୋଇ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଶପଥ ନେଇଥିଲେ। ପରିଶେଷରେ ଖଣ୍ଡପଡ଼ା, କଣ୍ଟିଲୋ ଓ ଭାପୁର ଅଞ୍ଚଳରେ କାର୍ଯ୍ୟରତ ଛାପା,ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें