ବିବାହର ପ୍ରତିଶୃତି ଦେଇ ଯୁବତୀ ଙ୍କ ସହ ଶାରୀରିକ ସମ୍ପର୍କ ଓ ଗର୍ଭ ନଷ୍ଟ ଅଭିଯୋଗ ରେ,ଯୁବକ ଅଟକ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୮|୨ (ସିଧା ସମ୍ବାଦ) ବିବାହ କରିବାର ପ୍ରତିଶୃତି ଦେଇ ଓ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସଂର୍ପକ ରଖିଥିବା ଖଣ୍ଡପଡ଼ା ସହର ଡାକ୍ତରଖାନା ଛକର ଯୁବକ ବିଜୟ କୁମାର ମହାନ୍ତି ପରେ ସଂପୃକ୍ତ ଯୁବତୀଙ୍କୁ ଭଣ୍ତେଇ ବିଭିନ୍ନ ସମୟରେ ତାଙ୍କ ଠାରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇ ପ୍ରତାରଣା ଦେଇଥିବା ନେଇ ଯୁବତୀ ଜଣକ ଖଣ୍ଡପଡ଼ା ଥାନାରେ ଉକ୍ତ ଯୁବକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗ ଆଧାରରେ ପୋଲିସ ବିଜୟକୁ ଖଣ୍ଡପଡ଼ା ଥାନାରେ ଅଟକ ରଖି ଘଟଣାର ଖୋଳତାଡ କରୁଥିବା ଜଣାପଡିଛି।ଘଟଣାରୁ ପ୍ରକାଶ ଖଣ୍ଡପଡ଼ା ସହରର ଡାକ୍ତରଖାନା ଛକରେ ଏକ କମ୍ପ୍ୟୁଟର ଦୋକାନ କରିଥିବା ବିଜୟର ଦୋକାନକୁ ଉକ୍ତ ଯୁବତୀ ଜଣକ କମ୍ପ୍ୟୁଟର ମରାମତି କରିବା ପାଇଁ ଯିବା ଆସିବା କରିବା ସମୟରେ ବିଜୟ ଉକ୍ତ ଯୁବତୀଙ୍କ ମୋବାଇଲ ଫୋନ ନଂ ରଖି ତା ସହ ଫୋନ ଯୋଗେ ଚାଟିଂ କରିବା ସହ ଗତ ୨୦୨୩ ମସିହାରୁ ସଂର୍ପକ ଯୋଡିଥିଲା।ପରେ ବିଜୟ ଉକ୍ତ ଯୁବତୀଙ୍କୁ ପୁରୀ, କଟକ, ସମ୍ବଲପୁର ଓ ହରିଶଙ୍କର ନେଇ ବିଭିନ୍ନ ସ୍ଥାନରେ ଶାରୀରିକ ସଂପର୍କ ରଖିବା ସହ ବାରମ୍ବାର ବିବାହର ପ୍ରତିଶୃତି ଦେଇ ଚାଲିଥିଲା।ଏପରିକି ଗତ ୨୦୨୪ ମସିହାରେ ଏକ ସୁନାର ବେଶଲେଟ କିଣିବା ପାଇଁଁ ୫୦ ହଜାର ଓ ପରେ ଏକ କାର କିଣିବା ପାଇଁ ୧.୫ ଲକ୍ଷ ଟଙ୍କା ଉକ୍ତ ଯୁବତୀଙ୍କ ଠାରୁ ବିଜୟ ଠକି ନେଇଥିବା ଅଭିଯୋଗ ହୋଇଛି। ଗତ ୨୦୨୪ ଡିସେମ୍ବର ୧୫ ରେ ହରିଶଙ୍କର ମନ୍ଦିରରେ ଯୁବତୀଙ୍କୁ ସିନ୍ଦୂର ଲଗାଇ ଓ ଫୁଲମାଳ ପିନ୍ଧାଇ ବିଜୟ ଏକ ବିବାହ ନାଟକ ରଚିବା ସହ ତାକୁ ଆଣି ଘରେ ରଖିଥିଲା। ବିଜୟ ସହ ଶାରୀରିକ ସଂପର୍କ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ।ମାତ୍ର ପରବର୍ତ୍ତୀ ସମୟରେ ଗର୍ଭପାତ କରିବା ପାଇଁ ବିଜୟ ଉକ୍ତ ଯୁବତୀଙ୍କୁ କହିବା ସହ ସେ ଅରାଜି ହେବାରୁ ତାଙ୍କୁ ବିଜୟ ଓ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଇ ଆସିବା ସହ ଯୁବତୀଙ୍କ ଗର୍ଭ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ଶନିବାର ରାତି ୧୦ ଟା ରେ ବିଜୟ ଓ ତାର ମା, ସାନ ଭଉଣୀ ଉକ୍ତ ଯୁବତୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରି ଘରୁ ବିଦା କରି ଦେଇଥିବା ଜଣାପଡିଛି। ଶାଶୁଘରୁ ଯୁବତୀ ଜଣକ ତଡା ଖାଇବା ପରେ ନ୍ୟାୟ ପାଇବା ନିମନ୍ତେ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ପୋଲିସ ବିଜୟକୁ ଖଣ୍ଡପଡ଼ା ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ କୃତିବାସ ହରିଚନ୍ଦନଙ୍କ ଠାରୁ ପ୍ରକାଶ।

Sidha Sambad
Author: Sidha Sambad

Leave a Comment

और पढ़ें