ବରଡୋଲ ଛକରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ ପ୍ରସଙ୍ଗ ବିଧାୟକଙ୍କ ପୁଅକୁ ନେଇ ବଢ଼ିଲା ଚର୍ଚ୍ଚା I

👇समाचार सुनने के लिए यहां क्लिक करें

ବରଗଡ଼ ବରଡୋଲଠାରେ ଘଟିଥିବା ସଡ଼କ ଦୁର୍ଘଟଣା ଓ ପରବର୍ତ୍ତୀ ଉତ୍ତେଜନା ଏବେ ଏକ ନୂଆ ମୋଡ଼ ନେଇଛି। ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ରାସ୍ତାରୋକ କରୁଥିବା ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୪ ଜଣ ଯୁବକ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଆକ୍ରମଣର ଶିକାର ହୋଇଥିବା ଗାଡ଼ିରେ ବରଗଡ଼ ବିଧାୟକଙ୍କ ପୁଅ ଥିବା ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

 ସୂଚନା ଅନୁସାରେ, ଗତ ୨ ତାରିଖରେ ଏକ ତେଲବାହୀ ଟ୍ୟାଙ୍କର ଧକ୍କାରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପତ୍ନୀ ତୁଳସୀ ଶତପଥୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ବରଡୋଲ ଛକରେ ରାସ୍ତାରୋକ ଚାଲିଥିବା ସମୟରେ, ଭଟଲି ପଟୁ ଆସୁଥିବା ଏକ ନୂଆ କଳା ରଙ୍ଗର ଗାଡ଼ି ଆନ୍ଦୋଳନକାରୀଙ୍କୁ ଖାତିର ନକରି ଆଗକୁ ମାଡ଼ିଯିବାକୁ ଚେଷ୍ଟା କରିଥିଲା।

ଫଳରେ ଉତ୍ତ୍ୟକ୍ତ ଲୋକେ ଗାଡ଼ିଟିକୁ ଭଙ୍ଗାରୁଜା କରିବା ସହ ସେଥିରେ ଥିବା ୪ ଜଣ ଯୁବକଙ୍କୁ ବାହାରକୁ ଟାଣି ଆଣି ନିର୍ଘାତ ମାଡ଼ ମାରିଥିଲେ। ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବା ବେଳେ ଏଏସଆଇ ଚିନ୍ମୟ ରାହୁଳ ସେମାନଙ୍କୁ କଷ୍ଟେମଷ୍ଟେ ଉଦ୍ଧାର କରିଥିଲେ।

ତେବେ ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ନିଜେ ଗଣମାଧ୍ୟମ ଆଗକୁ ଆସି ସ୍ପଷ୍ଟୀକରଣ ଦେଇଛନ୍ତି ଯେ ତାଙ୍କ ପୁଅ ସେହି ଗାଡ଼ିରେ ଥିଲେ ସତ, କିନ୍ତୁ ସେ ମାଡ଼ ଖାଇନାହାନ୍ତି। ଏବେ ପ୍ରଶ୍ନ ଉଠୁଛି:

  1. ଯଦି ଯୁବକମାନେ ଲହୁଲୁହାଣ ହୋଇଥିଲେ, ତେବେ ପୋଲିସ ନିଜ ଏତଲାରେ ସେମାନଙ୍କ ନାମ କାହିଁକି ଲୁଚାଉଛି?

  2. ମାଡ଼ ଖାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ କେହି ଜଣେ ହେଲେ ବି କାହିଁକି ଥାନାରେ ଅଭିଯୋଗ କରୁନାହାନ୍ତି?

  3. ବିଧାୟକ ନିଜ ଆଡୁ ସଫେଇ ଦେଉଥିବା ବେଳେ ପୋଲିସ ଏହି ପ୍ରସଙ୍ଗରେ କାହିଁକି ଚୁପ୍ ରହିଛି?

 ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ୍ ହେଉଥିଲେ ବି ଚିତ୍ର ସ୍ପଷ୍ଟ ଜଣାପଡୁ ନାହିଁ। କିନ୍ତୁ ପୋଲିସର ଏହି ରହସ୍ୟଜନକ ନୀରବତା ଏବଂ ଗାଡ଼ି ଭିତରେ ଥିବା ବ୍ୟକ୍ତିଙ୍କ ପରିଚୟ ଲୁଚାଇବା ପଛରେ କିଛି ଚାପ ରହିଛି କି?

Sidha Sambad
Author: Sidha Sambad

Leave a Comment

और पढ़ें