ଇଡ୍‌କୋର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର, ୯ ଫେବୃଆରୀ:

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଆଇଏଏସ୍, ଆଜି ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‌କୋ)ର ଅଧ୍ୟକ୍ଷା ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀମତୀ ପାଢ଼ୀ ଇଡ୍‌କୋର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ। ଏହି ଆଲୋଚନାରେ ସଂସ୍ଥାର ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ, ପ୍ରାଥମିକତା ଏବଂ ରାଜ୍ୟରେ ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ରୋଡ୍‌ମ୍ୟାପ୍ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବୈଠକ ସମୟରେ ଶ୍ରୀମତୀ ପାଢ଼ୀ ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ, ସ୍ୱଚ୍ଛତା, ଆନ୍ତଃ-ବିଭାଗୀୟ ସମନ୍ୱୟ ଏବଂ ପୁଞ୍ଜିନିବେଶକାରୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଜମି ବିକାଶ ଏବଂ ଭିତ୍ତିଭୂମି ନିର୍ମାଣ ମାଧ୍ୟମରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଇଡ୍‌କୋର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଶିଳ୍ପ ଭିତ୍ତିଭୂମି ସହିତ ଯୋଜନାବଦ୍ଧ ସହରୀ ବିକାଶ ଉପରେ ଗୁରୁତ୍ୱ ଦେଇ ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ଶିଳ୍ପାଞ୍ଚଳ ଗୁଡ଼ିକରେ ଉନ୍ନତ ନାଗରିକ ସୁବିଧା, ପରିବହନ ଏବଂ ସ୍ଥାୟୀ ଭିତ୍ତିଭୂମି ସହିତ ସୁନିୟୋଜିତ ଶିଳ୍ପ ଟାଉନସିପ୍ ଗଠନ କରାଯିବା ଆବଶ୍ୟକ। ଏହାଦ୍ୱାରା ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ସମ୍ଭବ ହୋଇପାରିବ।

ଇଡ୍‌କୋ ଟିମ୍‌ର କାର୍ଯ୍ୟକୁ ପ୍ରଶଂସା କରିବା ସହ ଓଡ଼ିଶାର ଶିଳ୍ପ ବିକାଶ ଓ ଅନ୍ତର୍ଭୁକ୍ତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅଧିକ ବୃତ୍ତିଗତ ମନୋଭାବ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
……

Sidha Sambad
Author: Sidha Sambad

Leave a Comment

और पढ़ें