ଖଣ୍ଡପଡ଼ା ୧୧|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ମହିଳା ଡ୍ରିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନେ ସଡକ ସୁରକ୍ଷା ,ଜୀବନ ରକ୍ଷା ଅଭିଯାନରେ ବୁଧବାର ସାମିଲ ହୋଇଥିଲେ।ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଜରିଆରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଛାତ୍ରୀମାନେ ପ୍ଲାକାର୍ଡ ଧରି ସାଧାରଣରେ ସଚେତନତା ସୃଷ୍ଟି କରିବା ସହ ଖଣ୍ଡପଡ଼ାରୁ ଖଳିସାହିକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାରେ ପହଞ୍ଚି ବାଇକ ଚାଳକ ମାନଙ୍କୁ ଅଟକାଇ ସଦାସର୍ବଦା ହେଲମେଟ ପିନ୍ଧି ଯାତାୟତ କରିବା ନେଇ ସଚେତନ କରିଥିଲେ। ସେହିପରି ରାସ୍ତାରେ ଗଲାବେଳେ ଟ୍ରାଫିକ ନିୟମକୁ ମାନିବା ସହ ନିୟନ୍ତ୍ରଣ ଭିତ୍ତରେ ଯାନବାହନ ଚଳାଚଳ କରିବାକୁ ଚାଳକମାନଙ୍କୁ ଛାତ୍ରୀମାନେ ପରାମର୍ଶ ଦେଇଥିଲେ।




