ଯାତ୍ରା ଦୁନିଆରେ ନୂଆ ହଲଚଲ୍: କୋଣାର୍କ ଗଣନାଟ୍ୟରୁ ବାଦ୍ ପଡ଼ିଲେ କି ରତି-ମିଟୁନା? I

👇समाचार सुनने के लिए यहां क्लिक करें

ଯାତ୍ରା ପ୍ରେମୀଙ୍କ ଅତି ପ୍ରିୟ ଯୋଡ଼ି ରତି ଓ ମିଟୁନାଙ୍କୁ ନେଇ ଏବେ ଜଲିଉଡ୍‌ରେ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ଖବର ମିଳିଛି ଯେ, ଚଳିତ ଯାତ୍ରା ଋତୁ ପାଇଁ କୋଣାର୍କ ଗଣନାଟ୍ୟର ଷ୍ଟାର୍-କାଷ୍ଟ ଲିଷ୍ଟରେ ଏହି ଦୁହିଁଙ୍କ ନାଁ ନାହିଁ। ଯାହାକୁ ନେଇ ପ୍ରଶ୍ନ ଉଠୁଛି— କୋଣାର୍କ ଗଣନାଟ୍ୟ ପାଇଁ ଅଲୋଡ଼ା ହୋଇଗଲେ କି ରତି-ମିଟୁନା?

ସୂଚନା ଅନୁଯାୟୀ, ଗତ କିଛି ବର୍ଷ ଧରି ଏହି ପାର୍ଟିର ମୁଖ୍ୟ ଆକର୍ଷଣ ସାଜିଥିବା ଏହି ଦମ୍ପତିଙ୍କ ନାଁ ଚଳିତ ବର୍ଷ ତାଲିକାରେ ନଥିବା ଅଭିଯୋଗ ହୋଇଛି। ଏହା କୌଣସି ବୃତ୍ତିଗତ କାରଣ ନା ପାର୍ଟି ସହ କିଛି ଅସନ୍ତୋଷ ରହିଛି, ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ମାତ୍ର ଏହି ଖବର ପଦାକୁ ଆସିବା ପରେ ରତି-ମିଟୁନାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି।

 ତେବେ ପ୍ରକୃତ ଘଟଣା କ’ଣ? କୋଣାର୍କ ଗଣନାଟ୍ୟ କାହିଁକି ଏମାନଙ୍କୁ ଦୂରେଇ ଦେଲା? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ସିଧା ସମ୍ବାଦ, ଭୁବନେଶ୍ୱର।

Sidha Sambad
Author: Sidha Sambad

Leave a Comment

और पढ़ें