ଦେଶର ପ୍ରଶାସନିକ ଢାଞ୍ଚାରେ ଆଜି ଯୋଡ଼ି ହେବାକୁ ଯାଉଛି ଏକ ନୂଆ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭବ୍ୟ କାର୍ଯ୍ୟକ୍ରମରେ ‘ସେବା ତିର୍ଥ’ର ଶୁଭାରମ୍ଭ କରିବେ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ସେବା ତିର୍ଥ ଭବନ ପରିସରର ନାମ ଉନ୍ମୋଚନ କରିବେ। ଏହା ସହିତ ଆନୁଷ୍ଠାନିକ ଭାବେ ‘ସେବା ତିର୍ଥ’ ଏବଂ କର୍ତ୍ତବ୍ୟ ଭବନ-୧ ଓ ୨ ର ଉଦଘାଟନ ହେବ। ଏହି ନୂତନ ଭବନଗୁଡ଼ିକ ଦେଶର ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଲୋକାଭିମୁଖୀ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପ୍ରଧାନମନ୍ତ୍ରୀ ସେବା ତିର୍ଥ ପରିସରରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଶାସନିକ ସଂସ୍କାର ଦିଗରେ ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।






