ଆରମ୍ଭ ହେଉଛି ହାଇସ୍କୁଲ ସାର୍ଟିଫିକେଟ ବା ମାଟ୍ରିକ ପରୀକ୍ଷା। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ବୋର୍ଡ ସଭାପତି ସମୟ ସୀମା ସ୍ପଷ୍ଟ କରିଛନ୍ତି। ୯ଟା ୩୦ ମିନିଟ ପର୍ଯ୍ୟନ୍ତ ଯେଉଁ ପରୀକ୍ଷାର୍ଥୀମାନେ କେନ୍ଦ୍ରକୁ ଆସିବେ, ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ। ତେବେ ଶେଷ ମୁହୂର୍ତ୍ତର ଭିଡ଼ ଏଡ଼ାଇବା ପାଇଁ ପିଲାମାନଙ୍କୁ ଶୀଘ୍ର ପହଞ୍ଚିବାକୁ କୁହାଯାଇଛି।ସକାଳ ୯ଟା ୩୦ ପର୍ଯ୍ୟନ୍ତ ସେଣ୍ଟରକୁ ଆସିଲେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ବୋର୍ଡ ସଭାପତିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଏହା ଶେଷ ସମୟ। ନିୟମ ଅନୁଯାୟୀ ସମସ୍ତ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।




