୪ ବର୍ଷ ପରେ ବି ମା ଉମାଦେବୀ ମନ୍ଦିର ବିଶ୍ରାମାଗାର ଗୃହ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି, କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ପଡ଼ୁ I

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୭|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ସହରର ଆରାଧ୍ଯ ମା ଉମାଦେବୀଙ୍କ ପୀଠ ପରିସରରେ ଗତ ୨୦୨୨ ମସିହାରୁ ନିର୍ମାଣଧୀନ ଏକ ବିଶ୍ରାମାଗାର କାର୍ଯ୍ଯ ଅଧାରେ ଅଟକିଥିବା ଜଣାପଡିଛି। ବିଶ୍ରାମାଗାର ଗୃହର ଚଟାଣ କାର୍ଯ୍ଯ ଆଦୌ କରାଯାଇନଥିବା ବେଳେ ବିଶ୍ରାମାଗାରର ବାହର ପାର୍ଶ୍ବ କେବଳ ରଙ୍ଗ ମରାଯାଇ ଏ ବାବଦ ଅନୁଦାନ ଅର୍ଥ ଠିକାଦାରକୁ ପୈଠ କରାଯାଇଥିବା ଜଣାପଡିଛି।ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ୨୦୨୨-୨୩ ଆର୍ଥିକ ବର୍ଷରେ ବିଧାୟକ ପାଣ୍ଠି ଅନୁଦାନ ଅର୍ଥ ୨ ଲକ୍ଷ ଟଙ୍କା ବ୍ୟୟରେ ଜନୈକ ଠିକାଦାରଙ୍କ ଦ୍ବାରା ଏହି ବିଶ୍ରାମାଗାର ଗୃହ ନିର୍ମାଣ କାର୍ଯ୍ଯ କରାଯାଇଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି। ବିଶ୍ରାମାଗାର ଗୃହର ତଳ ଚଟାଣ କାର୍ଯ୍ଯ କରାନଯାଇ ଗୃହର ମୁଖ୍ଯ ଫାଟକରେ ଲୁହା ଗ୍ରିଲ ଲଗାଯାଇ ଏକ ତାଲା ଝୁଲୁଥିବା ପରିଲକ୍ଷିତ ହେଉଛି।ବର୍ଷର ବିଭିନ୍ନ ସମୟରେ ବିବାହ,ବ୍ରତ ଆଦି ମାଙ୍ଗଳିକ କାର୍ଯ୍ଯ କରା ଯାଉଥିବା ବେଳେ ଭୋଜିଭାତ ଓ ମେଳା ମହୋତ୍ସବ ମଧ୍ଯ ମା ଉମାଦେବୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଥାଏ।ବିଭିନ୍ନ ସମୟରେ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବିଶ୍ରାମ ଗୃହର ଆବଶ୍ୟକତା ଥିବା ବେଳେ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ଉକ୍ତ ବିଶ୍ରାମାଗାର ଗୃହ କାର୍ଯ୍ଯକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଗୃହର ଚଟାଣ କାର୍ଯ୍ଯ ତୁରନ୍ତ ଶେଷ ନିମନ୍ତେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଦୃଷ୍ଟି ଦେବାକୁ ମା ଉମାଦେବୀ ମନ୍ଦିର ଉନ୍ନୟନ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।ଏ ସଂର୍ପକରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ରଙ୍କୁ ଯୋଗାଯୋଗ କରିବାରେ ସେଥିପ୍ରତି ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें