ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ବାଇଁ ମେମୋରିଆଲ କପ ଫୁଟୁବଲ ଟୁନାମେଣ୍ଟ,ପପୁରାଲ କ୍ଲବ ଢେଙ୍କାନାଳ ବିଜୟୀ

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୨୩।୨ (ସିଧା ସମ୍ବାଦ) ଖଣ୍ଡପଡା ସହରର ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୭ ମ ରାଜ୍ୟସ୍ତରୀୟ ମହେନ୍ଦ୍ର ସ୍ବାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ସୋମବାର ଅନୁଷ୍ଠିତ ୨ୟ ମ୍ୟାଚରେ ପପୁଲାର କ୍ଲବ ଢେଙ୍କାନାଳ ୩-୧ ଗୋଲରେ ବଜରଙ୍ଗୀ କ୍ଲବ ଘାଟିକିଆକୁ ପରାସ୍ତ କରି ବିଜୟୀ ହୋଇଥିବା ଜଣାଯାଇଛି।ମୁଖ୍ଯ ରେଫରୀ ଭାବେ ବରିଷ୍ଠ କ୍ରୀଡାବିତ ପ୍ରସନ୍ନ ନାୟକ ମ୍ୟାଚକୁ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ସରୋଜ କୁମାର ମହାରଣା ଓ ବିଦ୍ୟାଧର ନାୟକ। ଚତୁର୍ଥ ରେଫରୀ ଭାବେ କ୍ରୀଡା ଶିକ୍ଷକ ସମୀର କୁମାର ଖୁଣ୍ଟିଆ ଦାୟୀତ୍ବ ତୁଲାଇଥିଲେ। ଅତିଥି ଭାବେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ଯ ଚିକିତ୍ସାଧିକାରୀ ଡ.ଅଭିସାର ପଣ୍ଡା,ତହସିଲଦାର ବିଶ୍ବବିଶୃତ ତ୍ରିପାଠୀ, ସମାଜସେବୀ ଅଖିଳ କୁମାର ମହାରଣା,ଖଣ୍ଡପଡ଼ା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ,ପଣ୍ଡିତ ମନୋଜ ଦାଶ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।ଆସନ୍ତାକାଲି ମଙ୍ଗଳବାର ବଜରଙ୍ଗୀ କ୍ଲବ ଘାଟିକିଆ ଓ ପପୁଲାର କ୍ଲବ ଢେଙ୍କାନାଳ ମଧ୍ଯରେ ୩ ୟ ଲିଗ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟର ଆୟୋଜକ ତଥା ବରିଷ୍ଠ କ୍ରୀଡାବିତ ଭିକାରୀ ଖଣ୍ଡାୟତଙ୍କ ଠାରୁ ପ୍ରକାଶ।

Sidha Sambad
Author: Sidha Sambad

Leave a Comment

और पढ़ें