ବିହାର ରାଜନୀତିରେ ବଡ଼ ଧରଣର ଅଦଳବଦଳ: ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତୀଶ କୁମାର I

👇समाचार सुनने के लिए यहां क्लिक करें

ପାଟନା: ବିହାର ରାଜନୀତିରେ ଏକ ବଡ଼ ଅଧ୍ୟାୟର ଅନ୍ତ ହେବାକୁ ଯାଉଛି। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ନୀତୀଶ କୁମାର ନିଜ ପଦରୁ ଇସ୍ତଫା ଦେବେ। ମିଳିଥିବା ସୂଚନା ଅନୁଯାୟୀ, ସେ ପ୍ରଥମେ ବିହାର ବିଧାନ ପରିଷଦ ସଦସ୍ୟ (MLC) ପଦରୁ ଇସ୍ତଫା ଦେବେ ଏବଂ ଏହା ପରେ ପରେ ମୁଖ୍ୟମନ୍ତ୍ରୀ ପଦରୁ ମଧ୍ୟ ଓହରିଯିବେ।୨୦୨୪ରେ ନୀତୀଶ କୁମାର ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ ପର୍ଯ୍ୟନ୍ତ ଥିଲେ ମଧ୍ୟ, ଏବେ ସେ କେନ୍ଦ୍ରୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏହି କାରଣରୁ ସେ ରାଜ୍ୟ ରାଜନୀତିରୁ ବିଦାୟ ନେଇ ଦିଲ୍ଲୀ ମୁହାଁ ହେଉଛନ୍ତି।୨୦୨୫ ବିହାର ବିଧାନସଭା ନିର୍ବାଚନରେ ଏନଡିଏ (NDA) ମେଣ୍ଟର ବିପୁଳ ବିଜୟ ପରେ ନୀତୀଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଏକ ବିରଳ ରେକର୍ଡ ସୃଷ୍ଟି କରିଥିଲେ। ଦୀର୍ଘ ସମୟ ଧରି ବିହାରର ଶାସନ ଗାଦି ସମ୍ଭାଳିବା ପରେ ଏବେ ତାଙ୍କର ଇସ୍ତଫା ଖବର ରାଜ୍ୟ ରାଜନୀତିରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନଡିଏ ମେଣ୍ଟ ମଧ୍ୟରେ ନୂଆ ନେତା ଚୟନ ପାଇଁ ବୈଠକ ବସିବାକୁ ଯାଉଛି।

ବ୍ୟୁରୋ ରିପୋର୍ଟ, ସିଧା ସମ୍ବାଦ

Sidha Sambad
Author: Sidha Sambad

Leave a Comment

और पढ़ें