ଝିଅ ଜନ୍ମ ହେଲେ ମିଳିବ ଟଙ୍କା: ରାଜ୍ୟ ସରକାରଙ୍କ ଐତିହାସିକ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’

👇समाचार सुनने के लिए यहां क्लिक करें

ଓଡ଼ିଶାର ଝିଅମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଖୁସି ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଘୋଷଣା କରି ରାଜ୍ୟର କନ୍ୟା ସନ୍ତାନମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ନେଇଛନ୍ତି।

 ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ସରକାର ସିଧାସଳଖ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବେ। ଝିଅକୁ ୨୧ ବର୍ଷ ହେବା ବେଳକୁ ତାଙ୍କ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ପ୍ରଦାନ କରିସାରିଥିବେ।

ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଝିଅମାନଙ୍କ ପାଠପଢ଼ା କ୍ଷେତ୍ରରେ ଆର୍ଥିକ ସମସ୍ୟାକୁ ଦୂର କରିବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା।

ଏହି ଅଭିନବ ପ୍ରୟାସ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ‘ସୁଭଦ୍ରା ଯୋଜନା’ ସହ ସମନ୍ୱିତ ଭାବେ କାର୍ଯ୍ୟ କରିବ। ଏହାଦ୍ୱାରା ରାଜ୍ୟର ମହିଳା ଓ ଶିଶୁମାନଙ୍କ ବିକାଶ ପ୍ରକ୍ରିୟା ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ ହୋଇପାରିବ।ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସରକାର ଖୁବଶୀଘ୍ର ଏକ ସ୍ୱତନ୍ତ୍ର SOP (Standard Operating Procedure) ଜାରି କରିବେ। SOP ଚୂଡ଼ାନ୍ତ ହେବା ପରେ ଏହାର ଆବେଦନ ପ୍ରକ୍ରିୟା ଏବଂ ସହାୟତା ରାଶିର ସଠିକ୍ ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିବ। ବଜେଟରେ ଘୋଷଣା ହୋଇଥିବା ଅନ୍ୟ ଦୁଇଟି ଯୋଜନା ପାଇଁ ମଧ୍ୟ ସରକାର ଏକସଙ୍ଗେ SOP ପ୍ରସ୍ତୁତ କରୁଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें