ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ ଜେଲ୍! ଆଇନ ଆଣୁଛନ୍ତି ରାଜ୍ୟ ସରକାର I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଭଦ୍ରାମି କରୁଥିବା ଲୋକଙ୍କ ପାଇଁ ଏବେ ବିପଦ। ଏଣିକି ଫେସବୁକ, ୟୁଟ୍ୟୁବ୍ କିମ୍ବା ଏକ୍ସ (Twitter) ହ୍ୟାଣ୍ଡେଲରେ ଅପଶବ୍ଦ କିମ୍ବା ଅଶ୍ଳୀଳ ଭାଷା ପ୍ରୟୋଗ କଲେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ମନ୍ତ୍ରୀ କହିଛନ୍ତି ଯେ, ସୋସିଆଲ ମିଡିଆ ଏବେ କୁତ୍ସିତ ହେବାକୁ ଆରମ୍ଭ କଲାଣି। କିଛି ଲୋକ ନିଜର ଅଭଦ୍ର ମାନସିକତା ପ୍ରଦର୍ଶନ କରି ଅନ୍ୟକୁ ଗାଳିଗୁଲଜ ଓ ଅପଶବ୍ଦ ବ୍ୟବହାର କରୁଛନ୍ତି। ଏହାକୁ ରୋକିବା ପାଇଁ ଆଇନ କମିଶନ ଏକ ପ୍ରସ୍ତାବ ଦେଇଛନ୍ତି। ଖୁବଶୀଘ୍ର ସରକାର ‘ଅପଶବ୍ଦ ଓ ଘୃଣୀତ ଅପରାଧ ଆକ୍ଟ’ (Abusive Language & Hate Crime Act) ଲାଗୁ କରିବାକୁ ଯାଉଛନ୍ତି। ଏହି ଆଇନ ବଳରେ ସୋସିଆଲ ମିଡିଆରେ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Sidha Sambad
Author: Sidha Sambad

Leave a Comment

और पढ़ें