ରାଜ୍ୟ ଯୁବ ମୋର୍ଚ୍ଚା ସଭାପତିଙ୍କୁ ବାଲେଶ୍ୱରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ।

👇समाचार सुनने के लिए यहां क्लिक करें

ନୀଳଗିରି,ତା ୭।୫(ସିଧା ସମ୍ବାଦ) (ପିଏନଏସ); ଗତକାଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ବାଲେଶ୍ଵର ଗସ୍ତରେ ଆସିଥିଲେ। ବାରିପଦା ଗସ୍ତରେ ଥିବା ସମୟରେ ବାଲେଶ୍ୱର ସର୍କିଟ ହାଉସ ଠାରେ କିଛି ସମୟ ଅତିବାହିତ କରିଥିଲେ। ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତଙ୍କ ସହ ଯୁବମୋର୍ଚ୍ଚା ଭାଇମାନେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ପରେ ଶ୍ରୀ ପଣ୍ଡା ସମସ୍ତ ଯୁବ କର୍ମୀଙ୍କୁ ସାକ୍ଷାତ କରିବା ସହିତ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବୃହତ୍ ବିଜୟ ପାଇଁ ବାଲେଶ୍ୱରରୁ ଯାଇ ବିଜେପିର ପ୍ରଚାର କରିଥିବା ସମସ୍ତ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉତ୍ତର ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଫାଲଗୁନି ପାଣିଗ୍ରାହୀ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଶ୍ରୀ ଶଶୀକାନ୍ତ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦେବାଶିଷ ଆଚାର୍ଯ୍ୟ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଶ୍ରୀ ବିଶ୍ୱଜିତ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ଶ୍ରୀ ସୁବ୍ରତ ବିଶ୍ୱାଳ, ରାଜ୍ୟ ଯୁବମୋର୍ଚ୍ଚା ମିଡିଆ ସଂଯୋଜକ ସୋମ୍ୟାଜିତ ମହାପାତ୍ରଙ୍କ ସମେତ ପବନ କାମିଳା, ପ୍ରତାପ ପ୍ରଧାନ, ଉମେଶ ବେହେରା, ଗୋପି ବଲ୍ଲବ ରାଉତ, ହରିଶ ଚନ୍ଦ୍ର ପ୍ରଧାନ, ଜୟଦେବ ଖୁଣ୍ଟିଆ, ଦିଲିପ ପାତ୍ର, ମନୋରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें