ବୋଲଗଡ଼ (06/06/26) ତାଜା ଖବର: ବୋଲଗଡ଼ ପୋଲିସ କୁ ମିଳିଛି ବଡ ସଫଳତା l ପ୍ରାୟ 26 ଲକ୍ଷ ଟଙ୍କା ର ଧଳା ଜହର ଯବତ ସହ 2 ଜଣଙ୍କୁ ଗିରଫ କରିଛି ବୋଲଗଡ଼ ପୋଲିସ l ସୂଚନା ଅନୁସାରେ ବୋଲଗଡ଼ ପୋଲିସ ପକ୍ଷରୁ ଏକ ବିଶ୍ୱସ୍ତ ସୂଚନା ଆଧାରରେ ସ୍ୱତନ୍ତ୍ର ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଜଣେ ଆଇନ ସହିତ ଦ୍ୱନ୍ଦ୍ୱରେ ଥିବା ପିଲା (Child in Conflict with Law), ଓହିଦା ବିବି ଏବଂ ସାନିଆ ବେଗମଙ୍କୁ ଅଟକ ରଖାଯାଇଥିଲା ବେଳେ ଅଭିଯୁକ୍ତ ନଲିଉଦ୍ଦିନ ଖାନ ଓ ସାମସୁଦ୍ଦିନ ମଲ୍ଲିକ ପୋଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଆଇନଗତ ପ୍ରକ୍ରିୟା ଅନୁସରଣ କରି ତଲାସି ସମୟରେ ଘଟଣାସ୍ଥଳରୁ ମୋଟ 262 ଗ୍ରାମ ବ୍ରାଉନ ସୁଗାର, 5ଟି ମୋବାଇଲ ଫୋନ୍ ଏବଂ ଗୋଟିଏ ରୟାଲ୍ ଏନଫିଲଡ କ୍ଲାସିକ-350 ମୋଟରସାଇକେଲ ଜବତ କରାଯାଇଥିଲା। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ₹26 ଲକ୍ଷରୁ ଅଧିକ ବୋଲି ଅନୁମାନ କରାଯାଉଛି।
ଏହି ସମ୍ପର୍କରେ ବୋଲଗଡ଼ ଥାନା କେସ୍ ନଂ. 272/2026, ତା.04/06/2026ରିଖରେ ଧାରା 21(c)/29 ଏନଡିପିଏସ୍ ଧାରା, 1985 ଅନୁଯାୟୀ ମାମଲା ରୁଜୁ କରି ଅଟକ ଦୁଇ ପ୍ରାପ୍ତବୟସ୍କ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତଙ୍କ ନିକଟରେ ହାଜର କରାଯାଇଛି ଏବଂ ଦ୍ୱନ୍ଦ୍ୱରେ ଥିବା ପିଲା କୁ ଆଇନ ଅନୁଯାୟୀ ଜୁଭେନାଇଲ ଜଷ୍ଟିସ ବୋର୍ଡ, ଖୋରଧା ସମ୍ମୁଖରେ ହାଜର କରାଯାଇଛି l ଫେରାର ଅଭିଯୁକ୍ତ ନଲିଉଦ୍ଦିନ ଖାନ ଓ ସାମସୁଦ୍ଦିନ ମଲ୍ଲିକଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଓ ଚଢ଼ାଉ ଜାରି ରହିଛି।
ମାଦକ ଦ୍ରବ୍ୟ ବିରୋଧରେ ବୋଲଗଡ଼ ପୋଲିସର ସ୍ୱତନ୍ତ୍ର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ଏବଂ ଏପରି ବେଆଇନ କାର୍ଯ୍ୟକଳାପ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନା ନିରୀକ୍ଷକ ସୁକାନ୍ତ କୁମାର ଦଳେଇ l





