ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ମୁଖ୍ୟରସ୍ତା ଖାଲଖମା,ସମ୍ପୂର୍ଣ ହେଉନି ମରାମତି

👇समाचार सुनने के लिए यहां क्लिक करें

ବୋଲଗଡ 5/6( ସିଧା ସମ୍ବାଦ)ବୋଲଗଡ ବ୍ଲକ ଅଞ୍ଚଳକୁ ସଂଯୋଗ କରୁଥିବା ବୃହତ ପାନୀୟ ଜଳଯୋଗଣ ପ୍ରକଳ୍ପ କାଯ୍ୟ ଚାଲୁଅଛି। ପ୍ରତି ପଂଚାୟତ ରାସ୍ତାଗୁଡିକରେ ପାଇପି ବିଚ୍ଛା ନିମନ୍ତେ ମୁଖ୍ୟ ରାସ୍ତା ଗୁଡିକ ଗଭୀର ଖାତ ଖୋଳାଯାଇ ପାଇପ ବିଛା କାଯ୍ୟ କରାଯାଉଛି। ପରଅବସ୍ଥାରେ ପାଇପି ବିଛା କାଯ୍ୟ ସରିଲାପରେ ରାସ୍ତା ଗୁଡିକ ସମ୍ପୂର୍ଣ ମରାମତି କରୁ ନ ଥିବାରୁ ରାସ୍ତା ଗୁଡିକ ଜରାଜୀର୍ଣ ଅବସ୍ଥାରେ ପଡିଥିବାରୁ ଯାତାୟତ ସମୟରେ ପଥିକ ମାନେ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହିତ ମୁଖ୍ୟ ରାସ୍ତା ଉପରେ ବର୍ଷା ହେଲେ ପାଣି ଜମିରହୁଛି। ପାଇପି ବିଛା ପାଇଁ ଗଭୀରଖାତ ଗୁଡିକ ପାଶ୍ୱରେ ଜନ ଜୀବନ ସୁରକ୍ଷା ପାଇଁ ଆସ୍ଥୟୀ ସୁରକ୍ଷା ବଡଦେବାର ନିୟମ ରହିଛି। ଏହି ନିୟମ କୁ ସମ୍ପୂର୍ଣ ମାନୁ ନ ଥିବାର ଦେଖା ଦେଇଛି।ବୋଲଗଡ ବ୍ଲକ ଅଞ୍ଚଳରେ ମାସମାସ ଧରି ଅସଜଡ଼ା ରାସ୍ତା ପଡିରଛି। ଜରାଜୀର୍ଣ ରାସ୍ତା ମରାମତି କାର୍ଯ୍ୟ ଅବା କାର୍ଯ୍ୟ ସମୟରେ ଆସ୍ଥୟୀ ସୁରକ୍ଷା ବାଡ ନିୟମକୁ ବୋଲଗଡ କନିଷ୍ଠ ଯନ୍ତ୍ରୀ ଫୁ କରି ଦେଇଛିନ୍ତି। ଏହି ଜରାଜୀର୍ଣ ରାସ୍ତା ଗୁଡିକ ସପୂର୍ଣ ମରାମତି କରିବା ପାଇଁ ରାଜ୍ୟ ପରିମଳ ଜଳ ଯୋଗାଣ ବିଭାଗ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୋଲଗଡ଼ ବ୍ଲକ ଅଞ୍ଚଳର ଜନ ସାଧାରଣ ମାନେ ଅନୁରୋଧ କରିଅଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें