ରାଜ୍ୟରେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତିଗ୍ରସ୍ତ ଓ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଆର୍ଥିକ ଅନିୟମିତତା ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଜଣ ବଡ଼ ଯନ୍ତ୍ରୀଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଇଛି।
କେଉଁମାନେ ହୋଇଛନ୍ତି ନିଲମ୍ବିତ? ଆସନ୍ତୁ ନଜର ପକାଇବା:
-
👤 ମଦନ ମୋହନ ସେଠୀ – ସୁପରିଣ୍ଟେଣ୍ଡଣ୍ଟ ଇଞ୍ଜିନିୟର, ବରଗଡ଼ ଜଳସେଚନ ଡିଭିଜନ।
-
👤 ରାଜ କୁମାର ମିଶ୍ର – ଆସିଷ୍ଟାଣ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଭେଡେନ ଜଳସେଚନ ସବ ଡିଭିଜନ।
-
👤 ରଞ୍ଜନ ପଟେଲ – ଆସିଷ୍ଟାଣ୍ଟ ଇଞ୍ଜିନିୟର, ବରଗଡ଼ କେନାଲ ସେକ୍ସନ।
ଜଳସମ୍ପଦ ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଓ.ସି.ଏସ୍ (OCS) ନିୟମ, ୧୯୬୨ର ଧାରା ୧୨(୧) ଅନୁଯାୟୀ ମାନ୍ୟବର ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ନିଲମ୍ବନ ଆଦେଶ ଜାରି ହେବା ସହ ଏହି ସମସ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି। ସୁପରିଣ୍ଟେଣ୍ଡଣ୍ଟ ଇଞ୍ଜିନିୟର ମଦନ ମୋହନ ସେଠୀଙ୍କୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲଙ୍କୁ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିସହ ବିନା ଅନୁମତିରେ ସେମାନଙ୍କୁ ମୁଖ୍ୟାଳୟ ନଛାଡ଼ିବା ପାଇଁ କଡ଼ା ତାଗିଦ୍ କରାଯାଇଛି।
ସରକାରଙ୍କ ଏହି ବଡ଼ ପଦକ୍ଷେପ ପରେ ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମହଲରେ କମ୍ପନ ସୃଷ୍ଟି ହୋଇଛି। ବିଶେଷ କରି ସରକାରୀ ପ୍ରକଳ୍ପ ଟଙ୍କା ହରିଲୁଟ୍ କରୁଥିବା ଠିକାଦାର ଏବଂ ଅଧିକାରୀଙ୍କ ମଧ୍ୟରେ ଏବେ କାଳିଆବୋଳା ପରିସ୍ଥିତି।





