ଓଡ଼ିଶା ପୁଲିସର ବଡ଼ ଆକ୍ସନ: ୧୫ ବରିଷ୍ଠ IPS ଅଫିସରଙ୍କୁ ୧୭ ଜିଲ୍ଲାର ଜିମ୍ମା, ସଜାଡ଼ିବେ ଆଇନଶୃଙ୍ଖଳା

👇समाचार सुनने के लिए यहां क्लिक करें

ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି ଓ ସୁଦୃଢ଼ କରିବା ପାଇଁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ବଡ଼ ଧରଣର ପଦକ୍ଷେପ ନିଆଯାଇଛି। ବୁଧବାର ଦିନ ପ୍ରଶାସନିକ ସ୍ତରରେ ଏକ ପ୍ରମୁଖ ନିଷ୍ପତ୍ତି କ୍ରମେ ୧୫ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ରାଜ୍ୟର ୧୭ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ପ୍ରଦାନ କରାଯାଇଛି।

ଆସନ୍ତା ଜୁଲାଇ ମାସରୁ ଏହି ଅଧିକାରୀମାନେ ସିଧାସଳଖ ଫିଲ୍ଡକୁ ଓହ୍ଲାଇ ସମୀକ୍ଷା ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବେ।

ଏହି ନୂତନ ତାଲିକାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ଠାରୁ ଆରମ୍ଭ କରି ଏଡିଜି ଓ ଆଇଜି ପାହ୍ୟାର ଅଫିସରମାନଙ୍କୁ ଗୁରୁ ଦାୟିତ୍ୱ ମିଳିଛି:

  • 👮 ବିନୟତୋଷ ମିଶ୍ର (କ୍ରାଇମବ୍ରାଞ୍ଚ ଡିଜି): ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା

  • 👮 ସଞ୍ଜୀବ ପଣ୍ଡା (ସ୍ପେଶାଲ ଅପରେସନ୍ ଏଡିଜି): କୋରାପୁଟ ଓ ରାୟଗଡ଼ା ଜିଲ୍ଲା

  • 👮 ସୌମେନ୍ଦ୍ର ପ୍ରିୟଦର୍ଶୀ (ଏଡିଜି): ଜଗତସିଂହପୁର ଜିଲ୍ଲା

  • 👮 ଅରୁଣ ବୋଥ୍ରା (ରେଳବାଇ ଏଡିଜି): ଅନୁଗୁଳ ଜିଲ୍ଲା

  • 👮 ସଞ୍ଜୟ କୁମାର (ଆଇନ ଓ ଶୃଙ୍ଖଳା ଏଡିଜି): ସମ୍ବଲପୁର ଜିଲ୍ଲା

  • 👮 ରାଜେଶ କୁମାର (ଏଡିଜି): ନୟାଗଡ଼ ଜିଲ୍ଲା

  • 👮 ପ୍ରତୀକ ମହାନ୍ତି (ଏଡିଜି): ଯାଜପୁର ଜିଲ୍ଲା

  • 👮 ଯତୀନ୍ଦ୍ର କୋଏଲ (ଏଡିଜି): କଳାହାଣ୍ଡି ଜିଲ୍ଲା

  • 👮 ଏସ୍. ସାଇନି (ଏଡିଜି): ବଲାଙ୍ଗୀର ଜିଲ୍ଲା

  • 👮 ଏସ ପ୍ରବୀଣ କୁମାର (ଆଇଜି): କନ୍ଧମାଳ ଜିଲ୍ଲା

  • 👮 ଦୀପକ କୁମାର (ଆଇଜି): ମାଲକାନଗିରି ଜିଲ୍ଲା

  • 👮 ଅନୁପ ସାହୁ (ଆଇଜି): ପୁରୀ ଜିଲ୍ଲା

  • 👮 ଅବିନାଶ କୁମାର (ଆଇଜି): ମୟୁରଭଞ୍ଜ ଜିଲ୍ଲା

  • 👮 ସାର୍ଥକ ଷଡଙ୍ଗୀ (ଆଇଜି): କେନ୍ଦ୍ରାପଡା ଜିଲ୍ଲା

  • 👮 ଗଜଭିୟେ ସତୀଶ କୁମାର ଈଶ୍ୱରଦାସ (ଆଇଜି): ଢେଙ୍କାନାଳ ଜିଲ୍ଲା

ପୁଲିସ ମୁଖ୍ୟାଳୟର ସୂଚନା ଅନୁଯାୟୀ, ଏହି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଆସନ୍ତା ଜୁଲାଇ ମାସରୁ ନିଜ ନିଜ ଅଞ୍ଚଳରେ ସମୀକ୍ଷା ଏବଂ କ୍ଷେତ୍ର ଯାଞ୍ଚ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ନିରୀକ୍ଷଣ କାର୍ଯ୍ୟ ଶେଷ ହେବାର ୧୫ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାର ସ୍ଥିତି ଏବଂ ଆଇନଶୃଙ୍ଖଳା ସମ୍ପର୍କିତ ବିସ୍ତୃତ ରିପୋର୍ଟ ମୁଖ୍ୟାଳୟରେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।

ରାଜ୍ୟରେ ବିଭିନ୍ନ ସମୟରେ ଘଟୁଥିବା ଅପରାଧିକ ମାମଲା ଓ ସ୍ଥାନୀୟ ସମସ୍ୟାକୁ ସିଧାସଳଖ ନିୟନ୍ତ୍ରଣ କରିବା ଏବଂ ଜିଲ୍ଲା ପୁଲିସକୁ ଅଧିକ ସକ୍ରିୟ କରିବା ପାଇଁ ଏହି ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି। ଏହି ବଡ଼ ପଦକ୍ଷେପ ପରେ ଜିଲ୍ଲାଗୁଡ଼ିକରେ ଅପରାଧ ହାର କେତେ କମୁଛି, ତାହା ଦେଖିବାକୁ ବାକି ରହିଲା।

Sidha Sambad
Author: Sidha Sambad

Leave a Comment

और पढ़ें