ଗହଣା କିଣିବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ସୁନା ଦର; ଜାଣନ୍ତୁ ଆପଣଙ୍କ ସହରର ରେଟ୍

👇समाचार सुनने के लिए यहां क्लिक करें

ଭୁବନେଶ୍ୱର: ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରକୁ ଯିବା ପୂର୍ବରୁ ଆଜିର ସୂଚୀ ଉପରେ ନଜର ପକାଇ ଦିଅନ୍ତୁ। ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ଦେଶର ପ୍ରମୁଖ ସହରଗୁଡ଼ିକରେ ସୁନା ମୂଲ୍ୟ କେତେ ରହିଛି, ଆସନ୍ତୁ ଜାଣିବା।

ଦେଶର ପ୍ରମୁଖ ସହରରେ ସୁନା ଦର (୧୦ ଗ୍ରାମ ପିଛା):

ରାଜଧାନୀ ଭୁବନେଶ୍ୱର: ୨୪ କ୍ୟାରେଟ ସୁନା ମୂଲ୍ୟ ୧,୪୩,୨9୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୧,୩୫୦ ଟଙ୍କା ରହିଛି।

ନୂଆଦିଲ୍ଲୀ: ଏଠାରେ ସୁନା ଦର ସାମାନ୍ୟ ଅଧିକ ରହିଛି। ୨୪ କ୍ୟାରେଟ ମୂଲ୍ୟ ୧,୪୩,୪୪୦ ଟଙ୍କା ଏବଂ ୨୨ କ୍ୟାରେଟ ମୂଲ୍ୟ ୧,୩୧,୪୫୦ ଟଙ୍କା ଛୁଇଁଛି।

ମୁମ୍ବାଇ, ଚେନ୍ନାଇ ଓ କୋଲକାତା: ଏହି ତିନୋଟି ପ୍ରମୁଖ ସହରରେ ମଧ୍ୟ ସୁନା ଦର ସମାନ ରହିଛି। ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୪୩,୨9୦ ଟଙ୍କା ଓ ୨୨ କ୍ୟାରେଟ ମୂଲ୍ୟ ୧,୩୧,୩୫୦ ଟଙ୍କା ରହିଛି।

କିଲୋ ପିଛା ରୁପା ମୂଲ୍ୟ:
ସୁନା ସହିତ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଆଜି ବଜାରରେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୨,୩୦,୦୦୦ ଟଙ୍କାକୁ ପହଞ୍ଚିଛି।

କେମିତି ଯାଞ୍ଚ କରିବେ ସୁନାର ଶୁଦ୍ଧତା?
ସୁନା କିଣିବା ସମୟରେ ଠକାମିରୁ ବଞ୍ଚିବା ପାଇଁ ଏହାର ଶୁଦ୍ଧତା ଯାଞ୍ଚ କରିବା ଜରୁରୀ। ଗ୍ରାହକମାନେ ସରକାରଙ୍କ ‘BIS Care app’ ବ୍ୟବହାର କରି ସୁନାର ଅସଲି କି ନକଲି ତାହା ସହଜରେ ଜାଣିପାରିବେ। ଯଦି ସୁନାର ଲାଇସନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟାରେ କିଛି ତ୍ରୁଟି ଥାଏ, ତେବେ ଆପଣ ସେହି ଆପ୍ ଜରିଆରେ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ନିଆଗଲା, ସେ ସମ୍ବନ୍ଧରେ ମଧ୍ୟ ଆପଣଙ୍କୁ ଆପ୍‌ରେ ସୂଚନା ମିଳିଯିବ।

Sidha Sambad
Author: Sidha Sambad

Leave a Comment

और पढ़ें