ଖଣ୍ଡପଡ଼ା ୧୮|୭(ସିଧା ସମ୍ବାଦ) ଖଣ୍ଡପଡ଼ା ଥାନା ଅଧୀନ ଖଳିସାହି ପଞ୍ଚାୟତ କୋଟପୋଖରୀ ଗ୍ରାମରେ ଦିର୍ଘ ଦିନ ଚୋରାରେ ଦେଶୀ ମଦ ବେପାର ଚଳାଇ ଆସୁଥିବା ଅଖିଳ ସ୍ବାଇଁଙ୍କ ଦେଶୀ ମଦ ବୋଝେଇ ହୋଇଥିବା ଏକ ସ୍କୁଟି ଗାଡିକୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ଖଣ୍ଡପଡ଼ା ପୁଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଗ୍ରାମବାସୀଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଶୀ ମଦ ବୋଝେଇ ହୋଇଥିବା ସ୍କୁଟି ଟି କୁ ମଦ ବେପାରୀଙ୍କ ବାସଗୃହ ସମ୍ମୁଖରୁ ଜବତ କରି ଖଣ୍ଡପଡ଼ା ଥାନାକୁ ନେଇଥିବା ଜଣାପଡିଛି।ତେବେ ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଏ ସଂର୍ପକରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଖଣ୍ଡପଡ଼ା ଥାନାଧିକାରୀ କୃତିବାସ ହରିଚନ୍ଦନଙ୍କ ଠାରୁ ପ୍ରକାଶ। ସୂଚନାଯୋଗ୍ଯ କୋଟପୋଖରୀ ଗ୍ରାମବାସୀଙ୍କ ବାରମ୍ବାର ବାରଣ ସତ୍ତ୍ବେ ମଧ୍ଯ ସଂପୃକ୍ତ ମଦ ବେପାରୀଙ୍କ ଜଣକ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରି ଭୟଭୀତ କରିବା ସହ ନିର୍ବିଘ୍ନରେ ଚୋରାରେ ଦେଶୀ ମଦ ବେପାର ଚଳାଇ ଆସୁଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି।ଏହି ଘଟଣା ଏବେ ଖଳିସାହି ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି। (ଫଟୋ ପଠାଇଛି)♦
ଦେଶୀ ମଦ ବୋଝେଇ ସ୍କୁଟି କୁ ଅଟକ ରଖି ପୋଲିସ୍ ଜିମା ଦେଲେ ଗ୍ରାମବାସୀ
👇समाचार सुनने के लिए यहां क्लिक करें
और पढ़ें
- विज्ञापन