ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା: ଠିଆ ହୋଇଥିବା ଟ୍ରେଲରକୁ ପଛରୁ ପିଟିଲା ପିକ୍‌ଅପ୍, ଡ୍ରାଇଭର ଗୁରୁତର

👇समाचार सुनने के लिए यहां क्लिक करें

ଅନୁଗୋଳ (ସିଧାସମ୍ବାଦ): ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳ-ସମ୍ବଲପୁର ରୁଟ୍‌ସ୍ଥିତ ଜିନ୍ଦଲ କାରଖାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପଛପଟୁ ଏକ ପିକ୍‌ଅପ୍ ଭ୍ୟାନ୍ ଜୋରଦାର ଧକ୍କା ଦେଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୫୫ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ନିକଟରେ ଟ୍ରେଲରଟି ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ପିକ୍‌ଅପ୍ ଭ୍ୟାନ୍‌ଟି ନିୟନ୍ତ୍ରଣ ହରାଇ ଟ୍ରେଲର ପଛପଟେ ସିଧାସଳଖ ପିଟି ହୋଇଯାଇଥିଲା। ଧକ୍କା ଏତେ ଭୀଷଣ ଥିଲା ଯେ ପିକ୍‌ଅପ୍ ଭ୍ୟାନ୍‌ଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି।

ଏହି ଦୁର୍ଘଟଣାରେ ପିକ୍‌ଅପ୍ ଭ୍ୟାନ୍‌ର ଡ୍ରାଇଭର ଜଣକ ଗୁରୁତର ଭାବେ ଆହାତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Sidha Sambad
Author: Sidha Sambad

Leave a Comment

और पढ़ें