ଏନ୍‌ଇଇଟି (NEET) પରୀକ୍ଷା ବନ୍ଦ କରିବାକୁ ଦାବି ତୀବ୍ର: କେନ୍ଦ୍ର ସରକାରଙ୍କୁ ଟିଭିକେର କଡ଼ା ଚେତାବନୀ, ରାହୁଲ ଗାନ୍ଧୀଙ୍କ ଅଟକକୁ ନିନ୍ଦା

👇समाचार सुनने के लिए यहां क्लिक करें

ଚେନ୍ନାଇ/ନୂଆଦିଲ୍ଲୀ (ସିଧାସମ୍ବାଦ): ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଏବଂ ପ୍ରତିବାଦ ମଧ୍ୟରେ ଏନ୍‌ଇଇଟି (NEET) ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଦାବି ଜୋର ଧରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ ‘ତାମିଲଗା ଭେଟ୍ରି କାଜଗମ୍’ (TVK) ଦଳ କେନ୍ଦ୍ର ସରକାରଙ୍କ ନିକଟରେ ଏନ୍‌ଇଇଟି ପରୀକ୍ଷାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି ଦୋହରାଇଛି। ଏହାସହ ଶିକ୍ଷାକୁ କେନ୍ଦ୍ର ଓ ରାଜ୍ୟର ମିଳିତ ତାଲିକାରୁ ହଟାଇ ସମ୍ପୂର୍ଣ୍ଣ ଭାବେ ‘ରାଜ୍ୟ ତାଲିକା’ (State List) କୁ ଆଣିବାକୁ ଦଳ ଦାବି କରିଛି।

ଏହି ପ୍ରତିବାଦ ସମୟରେ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଆନ୍ଦୋଳନ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଟକ ହୋଇଥିବା ଘଟଣାକୁ TVK କଡ଼ା ଭାଷାରେ ନିନ୍ଦା କରିଛି। ସୋସିଆଲ ମିଡିଆ ଏକ୍ସ (X) ରେ ପୋଷ୍ଟ କରି ଦଳ କହିଛି ଯେ, ଗଣତାନ୍ତ୍ରିକ ଢଙ୍ଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ନେତା ଓ ଛାତ୍ରମାନଙ୍କ ଆୱାଜକୁ ଚପାଇବା ଗଣତନ୍ତ୍ର ପ୍ରତି ଏକ ବଡ଼ ଆଘାତ।

TVK ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ, ଏନ୍‌ଇଇଟି ପରୀକ୍ଷା ଲାଗୁ ହେବା ପରଠାରୁ କେବଳ ଏହାର ବିଶ୍ୱସନୀୟତା କ୍ଷୁର୍ଣ୍ଣ ହୋଇନାହିଁ, ବରଂ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କର ଭବିଷ୍ୟତ ଓ ସ୍ୱପ୍ନ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାକ୍ତରୀ ଶିକ୍ଷାରେ ରାଜ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ଅଧିକାର ନଦେବା ପର୍ଯ୍ୟନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ ବୋଲି ଦଳ ଚେତାବନୀ ଦେଇଛି।

Sidha Sambad
Author: Sidha Sambad

Leave a Comment

और पढ़ें