କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର ହ୍ରାସ: କୋଲକାତାରେ ୨୦୯, ଦିଲ୍ଲୀରେ ୨୦୨ ଟଙ୍କା କମିଲା

👇समाचार सुनने के लिए यहां क्लिक करें

ଭୁବନେଶ୍ୱର (ସିଧା ସମ୍ବାଦ): ବ୍ୟବସାୟୀଙ୍କ ପାଇଁ ଏକ ଆଶ୍ୱାସନାର ଖବର। ସରକାରୀ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କମର୍ସିଆଲ୍ (Commercial) ଏଲପିଜି ସିଲିଣ୍ଡର ମୂଲ୍ୟରେ ବଡ଼ ଧରଣର ହ୍ରାସ କରାଯାଇଛି।

ନୂଆ ଦର ଅନୁଯାୟୀ, ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ସିଲିଣ୍ଡର ପିଛା କୋଲକାତାରେ ୨୦୯ ଟଙ୍କା କମିଥିବା ବେଳେ ଦିଲ୍ଲୀରେ ୨୦୨ ଟଙ୍କା କ୍ରାସ ପାଇଛି। ଦର ହ୍ରାସ ପରେ କୋଲକାତାରେ ଏହି ସିଲିଣ୍ଡରର ନୂଆ ମୂଲ୍ୟ ୨,୮୭୨ ଟଙ୍କା ୫୦ ପଇସା ଏବଂ ଦିଲ୍ଲୀରେ ୨,୭୨୮ ଟଙ୍କା ହୋଇଛି।

  • ଦିଲ୍ଲୀ ଓ କୋଲକାତା ସମେତ ସାରା ଦେଶରେ କମର୍ସିଆଲ୍ ସିଲିଣ୍ଡର ଦର ଶସ୍ତା ହୋଇଛି, ଯାହା ଦ୍ୱାରା ହୋଟେଲ, ରେଷ୍ଟୁରାଣ୍ଟ, ଟି’ ଷ୍ଟଲ୍ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ।

  •  ତେବେ ସାଧାରଣ ଖାଉଟିଙ୍କ ପାଇଁ ବ୍ୟବହୃତ ହେଉଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଘରୋଇ ସିଲିଣ୍ଡର ପୂର୍ବଭଳି ସମାନ ଦରରେ ମିଳିବ।

ବ୍ୟବସାୟୀଙ୍କୁ ଆଶ୍ୱାସନା: କମର୍ସିଆଲ୍ ଗ୍ୟାସ୍ ଦର କମିବା ଫଳରେ ହୋଟେଲ୍ ଓ ଖାଦ୍ୟ ବ୍ୟବସାୟ ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ ଉପରୁ ଖର୍ଚ୍ଚ ଭାର କିଛି ମାତ୍ରାରେ କମିବ।

Sidha Sambad
Author: Sidha Sambad

Leave a Comment

और पढ़ें