ତିନିକୋଶିଆରେ ମାତିଲେଣି ଲୁଟେରା
ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟିଲ
ନୀଳଗିରି, ୩୧|୮ (ସିଧା ସମ୍ବାଦ): ବନ୍ଧୁକ ଦେଖାଇ ମହିଳାଙ୍କୁ ଲୁଟିଲେ ଦୁର୍ବୃତ୍ତ ଏପରି ଘଟଣା ଘଟିଛି ଶେରଗଡ଼-ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର ଦେବଯାନୀ ଛକ ନିକଟରେ ସୂଚନା ମୁତାବକ; ଆମ୍ବଝର ଗ୍ରାମର ମୁନୀ ସିଂ(୪୦) କୌଣସି କାର୍ଯ୍ୟରେ ସକାଳେ ନୀଳଗିରି ଆସିଥିଲେ। ଅପରାହ୍ନରେ ବସ୍ ଯୋଗେ ଆସି ଦେବ୍ଯାନୀ ଛକରେ ଓହ୍ଲାଇ ସେଠାରୁ ଚାଲିଚାଲି ଘରକୁ ଯାଉଥିଲେ | ଏହି ସମୟରେ ଏକ ବାଇକ୍ରେ ୩ ଜଣ ଯୁବକ ଆସି ମୁନୀଙ୍କୁ ଖଣ୍ଡା ଓ ବନ୍ଧୁକ ଦେଖାଇ ଟଙ୍କା ଦେବା ପାଇଁ କହିଥିଲେ। ହେଲେ ସେ ଟଙ୍କା ନ ଦେବାରୁ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ମୋବାଇଲ, ୨ ହଜାର ଟଙ୍କା ଓ ବ୍ୟାଙ୍କ ପାସ୍ ବହି ଲୁଟି ନେଇଥିଲେ। ମୁନୀ ମଧ୍ୟ ଲୁଟେରାଙ୍କ ସହ ବେଶ୍ କିଛି ସମୟ ଲଢ଼ିଥିଲେ | ଏପରିକି ଧରିଥିବା ଛତାରେ ପିଟି ଲୁଟେରାଙ୍କ ବନ୍ଧୁକର ଏକ ଅଂଶକୁ ଭାଙ୍ଗିଦେବା ସହ ସେମାନଙ୍କ କବଳରୁ ନିଜକୁ ବଞ୍ଚାଇଥିଲେ । ଖବର ପାଇ ବରହମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଜଙ୍ଗଲ ରାସ୍ତା ହେଉଥିବା କାରଣରୁ ତଥା ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି ହେଉନଥିବାରୁ ଦୁର୍ବୃତ୍ତ ସକ୍ରିୟ ହୋଇ ପଡ଼ିଛନ୍ତି। ଏନେଇ ବରହମପୁର ଥାନା ଭାରାପ୍ରାପ୍ତ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କୁ ପଚାରିବାରୁ ଏହା ନକଲି ବନ୍ଧୁକ ବୋଲି ଲାଗୁଛି। ତଦନ୍ତ ଜାରି ରହିଛି ଓ ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ।