କୋର୍ଟ ରେ ବିଚାରଧିନ ମୋକଦ୍ଦମା ଉପରେ ପ୍ରଶାସନ ର ହସ୍ତକ୍ଷେପ।
*ରାଜ୍ୟମହିଳା କମିଶନର ଅଧ୍ୟକ୍ଷ।,ଜିଲ୍ଲା,ଉପଖଣ୍ଡ ଅଧିକାରୀ ଙ୍କ ଆଇନକୁ ବେଖାତିର ନେଇ ଅଭିଯୋଗ।
*କାହା ଚାପର ପ୍ରଶାସନ!
*ନ୍ୟାୟ ପାଇଁ ଆଇନ ଦ୍ୱାରସ୍ଥ ହେଲେ ବୈକୁଣ୍ଠ
ନୀଳଗିରି, ତା ୧/୯(ସିଧା ସମ୍ବାଦ): ପାରିବାରିକ କଳହ କୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ
କୋର୍ଟ ରେ କେଶ ବିଚାରଧିନ ଥିବା ବେଳେ ଆଜି ରାଜ୍ୟମହିଳା କମିଶନର ଅଧକ୍ଷା, ଜିଲ୍ଲା ଓ ଉପଖଣ୍ଡ ପ୍ରଶାସନ ଅଧିକାରୀ ମାନେ ବେଆଇନ ଭାବେ ଆଇନକୁ ବେଖାତିର ଘଟଣା ର ହସ୍ତକ୍ଷେପକୁ ନେଇ ବୈକୁଣ୍ଠ ବାରିକ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ
ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ପଞ୍ଚାୟତ ହଳଦିଆ ପାଟଣା ଗ୍ରାମର ବୈକୁଣ୍ଠ ବାରିକ (୮୦) ଙ୍କ ପୁତ୍ର ପ୍ରଶାନ୍ତ ବାରିକ ଓ ପୁତ୍ର ବଧୂ ଟୁନିରାଣୀ ବାରିକ ଙ୍କ ପାରିବାରିକ କଳହ ଉଗ୍ରରୁପ ନେଇ ଶେଷରେ ଉଭୟ ଦମ୍ପତ୍ତି ଙ୍କ ଭିତରେ ଫାଟ ସୃଷ୍ଟି ହୋଇ କୋର୍ଟରେ କେଶ ଚାଲିଛି। ଅପରପକ୍ଷରେ ପୁତ୍ରବଧୂ ଟୁନିମଣି ବାଧ୍ୟ ହୋଇ ଛାଡ଼ପତ୍ର ସହିତ ଭରଣ ପୋଷଣ ପାଇଁ ମାନ୍ୟବର କୋର୍ଟ ରେ ଆଶ୍ରୟ ନେଇଛନ୍ତି। ଏହା ମଧ୍ୟ ବିଚାରଧିନ ରହିଅଛି। ଅନ୍ୟ ଦିଗରେ ପୁତ୍ର ବଧୂ ଟୁନିମଣି ଓ ତାଙ୍କର(ପୁଅ, ଝିଅ) ଦୁଇ ଟି ସନ୍ତାନ ମଧ୍ୟ ତାଙ୍କ ପାଖରେ ବାହାରେ ରହୁଛନ୍ତି। ହେଲେ ଏସବୁ ମୋକଦ୍ଦମା ମାନ୍ୟବର କୋର୍ଟ ରେ ବିଚାରଧିନ ଥିବା ବେଳେ ବୈକୁଣ୍ଠ ଙ୍କ ହଳଦିଆ ପାଟଣା ଗ୍ରାମରେ ଥିବା ବସଭବନରେଆଜି ସକାଳ ପ୍ରାୟ ୮,୩୦, ମିନିଟ ସମୟରେ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ବାଲେଶ୍ଵର ଅତିରିକ୍ତ ଏସପି ନିରଞ୍ଜନ ବେହେରା, ନୀଳଗିରି ଏସଡିପିଓ ନିର୍ମଳା ଗୋଛାୟତ, ଆଇଆଇସି ଗୋବର୍ଦ୍ଧନ ନାୟକ, ବାଲେଶ୍ୱର ଡିଏସ ଡବ୍ଲୁ ଜ୍ୟୋତ୍ସ୍ନା ମହାନ୍ତି , ବାଲେଶ୍ୱର ସି ଡବ୍ଲୁ ସି ସଭ୍ୟାଲୋପାମୁଦ୍ରା ମହାପାତ୍ର, ଜିଲ୍ଲା ସୁରକ୍ଷା ଅଧିକାରୀ ଯୁଧିକା ରାଏ, ଔପଦା ସିଡିପିଓ ପୂର୍ଣ୍ଣିମା ପଟେଲ, ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ଜେନା, ଅଙ୍ଗନ ବାଡ଼ି କର୍ମୀ ସୁଷମା ପ୍ରଧାନ ଏବଂ ତାଙ୍କ ସହିତ ପୁତ୍ରବଧୂ ଟୁନିମଣି ଓ ତାର ଦୁଇ ସନ୍ତାନ ଙ୍କ ସହିତ ହଠାତ ଘରେ ପ୍ରବେଶ କରି ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁ ଖୋଜିଥିଲେ। ପୁଅ ଘରେ ଅନୁପସ୍ଥିତ ଥିବା ବାପା ବୈକୁଣ୍ଠ ଅଧିକାରୀ ଙ୍କୁ ବାରମ୍ବାରକହିଥିଲେ ସୁଦ୍ଧା ଅଧିକାରୀ ମାନେ ଉକ୍ତ କଥା କୁ ନମାନି ଘଟଣା କୁ ରଫା ନାମା ପାଇଁ ଚାପ ପକାଇବା ସହିତ କେଶ ର ଧମକ ଦେଇଥିଲେ। ପରେ ବୈକୁଣ୍ଠ ଙ୍କ ଦୁଇ କୋଠରୀ ଚାବି ପଡିଥିବା ବେଳେ ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତ ପୋଲିସ ଚାବି ଭାଙ୍ଗି ପୁତ୍ର ବଧୂ ଟୁନି ରାଣୀ ବାରିକ ଙ୍କ ଦାୟତ୍ୱ ରେ ଦେଇଥିଲେ। ଏନେଇ ଆଜି ବୈକୁଣ୍ଠ ବାରିକ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ବେଳକୁ ୨ ପୋଲିସ କର୍ମଚାରୀ ବୈକୁଣ୍ଠ ଘରେ ଜଗି ରହିଥିବା ଦେଖି ବାକୁ ମିଳିଛି।
କୋର୍ଟ ରେ ବିଚାରଧିନ ମୋକଦ୍ଦମା ଉପରେ ପ୍ରଶାସନ ର ହସ୍ତକ୍ଷେପ। *ରାଜ୍ୟମହିଳା କମିଶନର ଅଧ୍ୟକ୍ଷ।,ଜିଲ୍ଲା,ଉପଖଣ୍ଡ ଅଧିକାରୀ ଙ୍କ ଆଇନକୁ ବେଖାତିର ନେଇ ଅଭିଯୋଗ। *କାହା ଚାପର ପ୍ରଶାସନ! *ନ୍ୟାୟ ପାଇଁ ଆଇନ ଦ୍ୱାରସ୍ଥ ହେଲେ ବୈକୁଣ୍ଠ।
👇समाचार सुनने के लिए यहां क्लिक करें
और पढ़ें
- विज्ञापन