ଯନ୍ତ୍ରୀ ଙ୍କୁ ବ୍ଲକ ଉପାଧ୍ୟକ୍ଷ ଙ୍କ ଆକ୍ରମଣ ଘଟଣା …

👇समाचार सुनने के लिए यहां क्लिक करें

*ଯନ୍ତ୍ରୀ ଙ୍କୁ ବ୍ଲକ ଉପାଧ୍ୟକ୍ଷ ଙ୍କ ଆକ୍ରମଣ ଘଟଣା …

*ଭାଗ ବଣ୍ଟାକୁ ନେଇ ହୋଇଥିଲା ମହାଭାରତ।
ନୀଳଗିରି, ତା ୨।୯(): ଯନ୍ତ୍ରୀ ଙ୍କୁ ବ୍ଲକ ଉପାଧ୍ୟକ୍ଷ ଙ୍କ ଆକ୍ରମଣ ଘଟଣା ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ତେଵେ ୧୧ଲକ୍ଷ ଟଙ୍କାର କାର୍ଯ୍ୟ ଯନ୍ତ୍ରୀ ଙ୍କ ନାଁ ରେ ରହିଛି।ଉକ୍ତ ୨ଟି କାର୍ଯ୍ୟ ଉପାଧକ୍ଷ ଅତି ନିମ୍ନ ମାନର କରି ଥିବା ରୁ ଯନ୍ତ୍ରୀ ଓ ଉପାଧ୍ୟକ୍ଷ ଙ୍କ ମଧ୍ୟରେ ଭାଗ ବଣ୍ଟା କୁ ନେଇ ପ୍ରଥମେ କଥା କଟା କଟି ପରେ ମାରପିଟି ହୋଇଥିବା ନେଇଗୁମର ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ସୂଚନା ଯୋଗ୍ୟ ନୀଳଗିରି ବ୍ଲକ ର କାର୍ଯ୍ୟରତ ଯନ୍ତ୍ରୀ ଇଂ ରମେଶ ସିଂ ଗତ ରବିବାର ଅପରାହ୍ନ ପ୍ରାୟ ୪ଘଟିକା ସମୟରେ ତେନ୍ତୁଳିଆ ପଞ୍ଚାୟତ ର ୨ ଗୋଟି ନିର୍ମାଣ ହୋଇଥିବା ପକ୍କା ରାସ୍ତାଟି ନିମ୍ନ ମାନର ହୋଇଥିବା ରୁ ଉପାଧ୍ୟକ୍ଷ ଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନହେଲେ ବିଲ କରିବେ ନାହିଁ ବୋଲି ଠିକା ଦାର କରିଥିବା ଉପାଧ୍ୟକ୍ଷ ଜ୍ୟୋତ୍ରୀମୟୀ ଙ୍କୁ କହିଥିଲେ। ପ୍ରଥମ ରାସ୍ତା ଟି ହେଲା ଉମାକାନ୍ତ ବାରିକଙ୍କ ଘର ଠାରୁ ଆରଡ଼ି ଛକ ବାଗସିଂ ସାହି ପର୍ଯ୍ୟନ୍ତ ଏକ ପକ୍କା ସଡ଼କ ଟି ବିକଶିତ ଗାଁ ବିକଶିତ ଓଡିଶା, ଯୋଜନା ରେ ୨୦୨୪-୨୫ ମସିହାରେ ୬ ଲକ୍ଷ ଅନୁଦାନ ରାଶିରେ ନିର୍ମାଣ ହୋଇଥିବା ବେଳେ ଉକ୍ତ ପକ୍କା ରାସ୍ତା ଟି ଅତି ନିମ୍ନ ମାନର ଅଭିଯୋଗ ହୋଇଥିଲା । ଠିକ ସେହି ଭଳି ତେନ୍ତୁଳିଆ ଆରଡ଼ି ରାସ୍ତା ଠାରୁ କଳିଙ୍ଗା ରାସ୍ତା ପର୍ଯ୍ୟନ୍ତ ଏକ ପକ୍କା ରାସ୍ତା ବିକଶିତ ଗାଁ ବିକଶିତ ଓଡିଶା, ଯୋଜନା ରେ ୨୦୨୫-୨୬ ମସିହାରେ ୫ ଲକ୍ଷ ଅନୁଦାନ ରାଶିରେ ନିର୍ମାଣ ହୋଇଛି।ଉଭୟ ରାସ୍ତା କାର୍ଯ୍ୟାଦେଶ ଯନ୍ତ୍ରୀ ଙ୍କ ନାମରେ ଥିବା ବେଳେ ଉକ୍ତ ୨ ଟି ରାସ୍ତା ପୁରୁଣା ରାସ୍ତା ଉପରେ ପୁଣି ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। କିଛିଦିନ ପରେ ଚିପ୍ସ ଉପରକୁ ଉଠିବା ସହିତ ଦୈନନ୍ଦିନ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟିଚାଲିଥିଲା।ଏପରି କି ପୁରୁଣା ଫଳକ ଉପରେ ରଙ୍ଗ ଦିଆଯାଇ ଏବେ ତଥ୍ୟ ଲେଖା ଯାଇଛି। ଯାହାକି ଫଳକର ତଳ ଆଡୁ ଉଈ ଟାଙ୍କୁରା ଘେରି ଯାଇଥିବା ବେଳେ ଚତୁର୍ପାଶ୍ୱରେ ଶିଉଳି ଉଠିଗଲାଣି, ଯାହା ସମସ୍ତଙ୍କୁ ଚକିତ କରିଛି।
ତେଵେ କମ ଖର୍ଚ୍ଚ ରେ ଉକ୍ତ ରାସ୍ତା ନିର୍ମାଣ କରାଯାଇ ଅବଶିଷ୍ଟ ଅର୍ଥ ଭାଗ ବଣ୍ଟରା କୁ ନେଇ ଏଭଳି ଗଣ୍ଡଗୋଳ ହୋଇଥିଲା । ଉକ୍ତ ୨ଟି ରାସ୍ତା ଅତିନିମ୍ନ ମାନର ହୋଇଛି ତେଣୁ କଥା ନବୁଝିଲେ ମୁଁ କରିବି ନାହିଁ ବୋଲି ଯନ୍ତ୍ରୀ ଶ୍ରୀଯୁକ୍ତ ପୋଥାଳ ଙ୍କୁ କହିଥିଲେ। ଏଥିରେ ଶ୍ରୀଯୁକ୍ତ ପୋଥାଳ ଉତକ୍ଷିପ୍ତ ହୋଇ ଯନ୍ତ୍ରୀ ଙ୍କୁ ଜୀବନରୁ ମାରିଦେବେ ବୋଲି କହି ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ। ଉପସ୍ଥିତ ଲୋକମାନେ ଛଡାଇ ଦେବାରୁ ଶ୍ରୀଯୁକ୍ତ ଯନ୍ତ୍ରୀ ସ୍ଥାନ ଛାଡ଼ି ପଳାଇ ଆସିଥିଲେ।ଉପାଧ୍ୟକ୍ଷ ଶ୍ରୀ ପୃଥାଳ ଙ୍କ ଘର ତେନ୍ତୁଳିଆ ପଞ୍ଚାୟତ ରେସମିତି ସଭ୍ୟ ହୋଇ ନୀଳଗିରି ଉପାଧ୍ୟକ୍ଷ ଅଛନ୍ତି।ଯନ୍ତ୍ରୀ ଜଣକ ପୂର୍ବରୁ ନୀଳଗିରି ଓ ଔପଦା ରେ ଥିବା ବେଳେ ପିସି ନେଇ ଅଡିଓ ଭାସିରାଲ ହୋଇଥିଲା।ପରେ ତାଙ୍କୁ ବଦଳି ହୋଇଥିଲା।ଉକ୍ତ ଘଟଣା ପରେ ଯନ୍ତ୍ରୀ ଜଣକ ମୋବାଇଲ ବନ୍ଦ ରଖି ଛୁଟି ଯିବା ଘଟଣା ସମସ୍ତ ଙ୍କୁ ଚକିତ କରିଛି।ତଦନ୍ତ ହେଲେ ସବୁ ଗୁମର ପଦାକୁ ଆସିବ ବୋଲି ଲୋକେ ଅଭିଯୋଗ କରିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें