୨୮ ଲିଟର ବିଦେଶୀ ମଦ ୧ ମୋଟରସାଇକେଲ ଜବତ। ଜଣେ ଅଭିଯୁକ୍ତ ଗିରଫ।

👇समाचार सुनने के लिए यहां क्लिक करें

୨୮ ଲିଟର ବିଦେଶୀ ମଦ ୧ ମୋଟରସାଇକେଲ ଜବତ। ଜଣେ ଅଭିଯୁକ୍ତ ଗିରଫ।

ନୀଳଗିରି, ତା ୧/୯(ସିଧା ସମ୍ବାଦ): ଆଜି ନୀଳଗିରି ଅବକାରୀ ଟିମ୍ ଦ୍ୱାରା ନୀଳଗିରି ଥାନା ଅନ୍ତର୍ଗତ ପୋଡାଶୁଳ ବଜାରରେ ଚଢାଉ କରାଯାଇ ୨୮ ଲିଟର ବିଦେଶୀ ମଦ ଏବଂ ଗୋଟିଏ ହିରୋ ଏଚଏଫ ଡିଲକ୍ସ ମୋଟରସାଇକେଲ ଜବତ କରାଯାଇଥିବା ବେଳେ ମଦ ବେପରରେ ସଂଶ୍ଲିଷ୍ଟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ୧୬୩/୨୬-୨୭ ରେ ଏକ ମାମଲା ରୁଜୁ କରାଯାଇ ବେଲ ନମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେ ହେଲେ ସିଆଡ଼ିମାଳ ପଞ୍ଚାୟତ ସୀତାପତିପୁର ଗ୍ରାମର ରତିକାନ୍ତ ବେହେରାଙ୍କ ପୁଅ ହରେକୃଷ୍ଣ ବେହେରା (୨୩) ବୋଲି ଜଣାପଡ଼ିଛି। ଏହି ଚଢ଼ାଉ ରେ
ନୀଳଗିରି ଅବକାରୀ ବିଭାଗର
ଏସଆଇ ଶ୍ରୀମତୀ ଗଙ୍ଗୋମଣି ହେମ୍ବ୍ରମ, ଏଏସଆଇ ସୁଶାନ୍ତ କୁମାର ରାଉତ, କନେଷ୍ଟବଳ
ସନ୍ତୋଷ କୁମାର ବେହେରା ଓ
ତପନ କୁମାର ମଲ୍ଲିକ ସାମିଲଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें