ଜୀବିତ ଙ୍କୁ ମୃତ ଦର୍ଶାଇ ୩ ମାସ ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧ ।

👇समाचार सुनने के लिए यहां क्लिक करें

ଜୀବିତ ଙ୍କୁ ମୃତ ଦର୍ଶାଇ
୩ ମାସ ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧ ।

ନୀଳଗିରି , ତା୨।୯(): ମୁଁ ବଞ୍ଚି ଥାଉ ଥାଉ ମୋତେ ମୃତ ଦର୍ଶାଇ ମୋ ଭତ୍ତା କାଟିଦେଲେ ସରକାରୀ ବାବୁ ବୋଲି ଅଭିଯୋଗ ଆଣିଛନ୍ତି ଜଣେ ୬୬ ବର୍ଷୀୟ ବୃଦ୍ଧ। ସ୍ତ୍ରୀ ମଧ୍ୟ କହୁଛନ୍ତି ମୋ ସ୍ୱାମୀ ବଞ୍ଚି ଥାଉ ଥାଉ ମତେ ବିଧବା କରିଦେଲେ। ବାର୍ଦ୍ଧକ୍ୟ ସମୟରେ ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ଏକ ମାତ୍ର ସାହାରା ବାର୍ଦ୍ଧକ୍ୟ ଭତ୍ତା। ସେଥିରୁ ବି ତାଙ୍କୁ ବଞ୍ଚିତ କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସିରେ। ସୂଚନା ଯୋଗ୍ୟ ନୀଳଗିରି ଏନଏସି ଅନତି ଦୂର ୮ ନମ୍ବର ୱାଡ ଗୁଡିଖାଣିଆ ବସ୍ତି ର ସପରିବାର ସହ ବସବାସ କରନ୍ତି ଉପେନ୍ଦ୍ର ମୁଖୀ । ବୟସ ତାଙ୍କର ଏବେ ୬୬ ବର୍ଷ ହେଲାଣି । ଦିନ ମଜୁରିଆ ଭାବରେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ୪ ବର୍ଷ ହେବ ସରକାରଙ୍କ ନିକଟରୁ ସେ ୧ହଜାର ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇ ଆସୁଥିଲେ, ହେଲେ ୩ ମାସ ହେବ ତାଙ୍କ ବ୍ୟାଙ୍କ ଖାତାକୁ ଆଉ ଟଙ୍କାଟିଏ ମଧ୍ୟ ନ ଆସିବା କଥା ସେ ବ୍ୟାଙ୍କରୁ ଜାଣିବାକୁ ପାଇଥିଲେ। ପରେ ସେ ନୀଳଗିରି ଏନ୍‌ଏସି କାର୍ଯ୍ୟାଳୟକୁ ଏ ବାବଦରେ ବୁଝିବାକୁ ଯାଇଥିଲେ।ହେଲେ ସେ ମୃତ ଥିବାରୁ ତାଙ୍କ ଭତ୍ତା କଟାଯାଇଛି କହିଥିଲେ ଅଧିକାରୀ ମାନେ। ଗତ ମଇ ମାସ ୨ ତାରିଖ ଦିନ ଏନଏସି ପକ୍ଷରୁ କର୍ମଚାରୀ ମାନେ ଗୁଡ଼ିଖାଣିଆ ଗ୍ରାମକୁ ଯାଇ ସର୍ଭେ କରୁଥିବା ବେଳେ ସ୍ୱର୍ଗତ ଭଞ୍ଜ ମୁଖୀଙ୍କ ପୁତ୍ର ସ୍ୱର୍ଗତ ଭୀମା ମୁଖୀଙ୍କ ସ୍ଥାନରେ ସାନଭାଇ ଉପେନ୍ଦ୍ର ମୃତ ବୋଲି ରିପୋର୍ଟ କରିଥିଲେ।ଏହି ଭୁଲ ରିପୋର୍ଟ ପାଇଁ ଗତ ଜୁନ୍ ମାସରୁ ଉପେନ୍ଦ୍ରଙ୍କୁ ଭତ୍ତା ମିଳୁନି। ଫଳରେ ଉପେନ୍ଦ୍ର ଔଷଧ କିଣିବା ପାଇଁ ତାଙ୍କ ପାଖରେ ଫଟା ଅଧଲା ଟିଏ ବି ନାହିଁ । ଏନେଇ ବାରମ୍ବାର ଏନଏସି ଅଫିସ ଦୌଡ଼ିଲେ ସୁଦ୍ଧା କିଛି ସୁଫଳ ମିଳିପାରିନାହିଁ । ଏ ସମ୍ପର୍କରେ ଉପେନ୍ଦ୍ର ଯୁବ ସମାଜସେବୀ ବୁଦ୍ଧଦେବ ସରକାରଙ୍କୁ କହିବା ପରେ ସେ ଘଟଣାର ଖୋଳତାଡ଼ କରିବାରୁ ସବୁକଥା ପଦାକୁ ଆସିଥିଲା । ଅଧିକାରୀଙ୍କ ଭୁଲ ସର୍ଭେ ରିପୋର୍ଟ ପାଇଁ ଉପେନ୍ଦ୍ର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ତୁରନ୍ତ ଭତ୍ତା ପାଇଁ ନିବେଦନ କରିଛନ୍ତି। ଏ ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଅଂଶୁମାନ ପରିଡାଙ୍କୁ ପଚାରିବାରୁ ସେ ଏ ବାବଦରେ ଅବଗତ ଅଛନ୍ତି ସ୍ଥାନାନ୍ତରିତ ତ୍ରୁଟି ପାଇଁ ଏଭଳି ହୋଇଛି, ତୁରନ୍ତ ବକେୟା ଭତ୍ତା ସହିତ ଉପେନ୍ଦ୍ରଙ୍କୁ ସବୁ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें