ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତ୍ତର।
ନୀଳଗିରି , ତା ୪/୯(): ଗତକାଲି ନୀଳଗିରରେ ଭାଲୁ ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତ୍ତର ହୋଇଥିବା ଜଣା ପଡ଼ିଛି। ସୂଚନା ଯୋଗ୍ୟ ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଧୋବଶିଳା ଗ୍ରାମର ସ୍ବର୍ଗତ ଯଦୁନାଥ ଦାସ ଙ୍କ ପୁତ୍ର ନାରାୟଣ ଦାସ (୬୨) ଗତକାଲି ରାତ୍ରି ପ୍ରାୟ ୮,୩୦ମିନିଟ ସମୟରେ ଘରୁ ଫାଟକ ବାହାରକୁ ପରିଶ୍ରା କରିବାକୁ ଆସିଥିବା ବେଳେତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ଆକ୍ରମଣ ରେ ତାଙ୍କର ବାମ କାନ୍ଧ କୁ ନଖରେ ବିଦାରି ଦେଇଥିବା ବେଳେ ବାମ ହାତର ୩ ଗୋଟି ଅଙ୍ଗୁଳି କୁ ଚୁବାଇ ଦେଇ କ୍ଷତ ବିକ୍ଷତ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିବାରୁ ପରିବାର ଲୋକ ଓ ଗ୍ରାମବାସୀ ରୁଣ୍ଡ ହେବାରୁ ଭାଲୁଟି ସ୍ଥାନ ଛାଡ଼ି ନିକଟ ଜଙ୍ଗଲ କୁ ପଳାଇ ଯାଇଥିଲା। ତୁରନ୍ତ ଏକ ଘରୋଇ ଗାଡ଼ିରେ ତାଙ୍କୁ ନୀଳଗିରି ଡାକ୍ତର ଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି।