ଭୁବନେଶ୍ୱର: ସିଧା ସମ୍ବାଦ :ଦଶହରା ଓ ଦୀପାବଳି ପର୍ବକୁ ନଜରରେ ରଖି ଯାତ୍ରୀମାନଙ୍କ ପାଇଁ ରେଳପଥ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ପର୍ବ ସମୟରେ ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସୁବିଧାଜନକ ଯାତ୍ରା ଯୋଗାଇବା ପାଇଁ ୧୦୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଟିକେଟ୍ ବୁକିଂ ଆଜିଠାରୁ ଆରମ୍ଭ ହୋଇଛି। ପର୍ବ ସମୟରେ ନିଜ ଘରକୁ ଫେରୁଥିବା ଏବଂ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ଆଶ୍ୱସ୍ତି ଆଣିଛି।
ଯାତ୍ରୀମାନେ ନିଜ ଯାତ୍ରା ତାରିଖ ଓ ଗନ୍ତବ୍ୟ ଅନୁଯାୟୀ ସିଟ୍ ଉପଲବ୍ଧତା ଯାଞ୍ଚ କରି ଆଗୁଆ ବୁକିଂ କରିପାରିବେ। ପର୍ବ ସମୟରେ ଟ୍ରେନ୍ରେ ଅଧିକ ଭିଡ଼ ହେଉଥିବାରୁ ଆଗୁଆ ଟିକେଟ୍ ବୁକିଂ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।