ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ଶାଢ଼ୀ ଭର୍ତ୍ତା, ୧୧୦ ଟଙ୍କା ବୃଦ୍ଧି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

👇समाचार सुनने के लिए यहां क्लिक करें

ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଅଙ୍ଗନବାଡ଼ି କର୍ମଚାରୀଙ୍କ ଶାଢ଼ୀ ଭର୍ତ୍ତାରେ ବୃଦ୍ଧି କରାଯାଇଛି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପୋଷାକ (ଶାଢ଼ୀ) ଭର୍ତ୍ତାରେ ୧୧୦ ଟଙ୍କା ବୃଦ୍ଧି ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି।

ପୂର୍ବରୁ ଅଙ୍ଗନବାଡ଼ି କର୍ମଚାରୀମାନଙ୍କୁ ଶାଢ଼ୀ ବାବଦକୁ ବାର୍ଷିକ ୪୦୦ ଟଙ୍କା ମିଳୁଥିବା ବେଳେ, ଏବେ ଏହାକୁ ବୃଦ୍ଧି କରାଯାଇ ୫୧୦ ଟଙ୍କା କରାଯାଇଛି। ରାଜ୍ୟର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସେବା, ନିଷ୍ଠା ଏବଂ ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଶୁ ଓ ମହିଳାମାନଙ୍କ ବିକାଶ ତଥା ସ୍ୱାସ୍ଥ୍ୟ ସେବାରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାର ସେମାନଙ୍କ ସୁବିଧା ଏବଂ କଲ୍ୟାଣ ପାଇଁ ନିରନ୍ତର ପ୍ରତିବଦ୍ଧ। ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟର ଅଙ୍ଗନବାଡ଼ି କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें