ଭୁବନେଶ୍ୱର, ୩୦/୯: ଅକ୍ଟୋବର ପହିଲାରୁ ରାଜ୍ୟରେ ଆରମ୍ଭ ହେବ ‘ସେବା ସେତୁ’ ବ୍ୟବସ୍ଥା। ଏହା ମାଧ୍ୟମରେ ସାଧାରଣ ଲୋକେ ବିଭିନ୍ନ ସରକାରୀ ଯୋଜନା ଓ ସେବାର ଲାଭ ସହଜରେ ପାଇପାରିବେ। ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆବେଦନ ଓ ଲାଭ ପାଇବା ପ୍ରକ୍ରିୟାକୁ ସରଳ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
‘ସେବା ସେତୁ’ ଜରିଆରେ ଯୋଗ୍ୟ ହିତାଧିକାରୀମାନେ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ ହେବା ଏବଂ ଆବଶ୍ୟକ ସେବା ପାଇବାରେ ସୁବିଧା ପାଇବେ। ଏହା ଫଳରେ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ଅଧିକ ସହଜ ଓ ସୁବିଧାଜନକ ଭାବେ ପହଞ୍ଚିବ ବୋଲି ଆଶା କରାଯାଉଛି।
ସରକାରୀ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ହିତାଧିକାରୀଙ୍କୁ ସେବା ପ୍ରଦାନରେ ଗତି ଆଣିବା ଦିଗରେ ‘ସେବା ସେତୁ’ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।