ଖଣ୍ଡପଡ଼ା ୩୦|୯ (ସିଧା ସମ୍ବାଦ) ଗତ ୧ ବର୍ଷ ଧରି ବିଭିନ୍ନ ସାମାଜିକ କାର୍ଯ୍ୟ କଳାପରେ ଲିପ୍ତ ରହି ଖଣ୍ଡପଡ଼ା ଦେବଦୂତ ପରିଷଦର ସଦସ୍ଯମାନେ ବିଭିନ୍ନ ମହଲରୁ ଏବେ ପ୍ରଶଂସା ସାଉଁଟିବାରେ ଲାଗି ପଡିଛନ୍ତି। ବିଭିନ୍ନ ସମୟରେ ସମାଜର ଅବହେଳିତ ଓ ନିଷ୍ପେଷିତ ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇବା ଠାରୁ ଆରମ୍ଭ କରି ଏଣେ ତେଣେ ବୁଲାଚଲା କରୁଥିବା ଗାଈ,ଗୋରୁ ଓ ଷଣ୍ଢଙ୍କ ନିମନ୍ତେ ଖାଦ୍ୟ ଓ ପାନୀୟଜଳର ବ୍ୟବସ୍ଥା କରିବା,ଶାରୀରିକ ଅସୁସ୍ଥ ଓ ଦୁର୍ଘଟଣାଗ୍ରସ୍ତ ଗାଇଗୋରୁଙ୍କୁ ଆନୁସଙ୍ଗିକ ଚିକିତ୍ସା ସେବା ଯୋଗାଇ ଦେବା,ବୃଦ୍ଧ ଓ ବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ ସହ ଗରିବ,ଅସହାୟ ଏକାଧିକ ବ୍ୟକ୍ତିମାନଙ୍କର ଶବ ଦାହ କରିବା ପରି ଅନେକ ସାମାଜିକ କାର୍ଯ୍ୟରେ ପରିଷଦର ସଦସ୍ଯମାନେ ଲିପ୍ତ ଥିବା ଜଣାପଡିଛି।ଦେବଦୂତ ପରିଷଦର ସଭାପତି ବିଭୂତି ଭୂଷଣ ସ୍ବାଇଁ ଓ ସଂପାଦକ ନିରଞ୍ଜନ ଖୁଣ୍ଟିଆଙ୍କ ନେତୃତ୍ବରେ ୫୦ ରୁ ଊର୍ଦ୍ଧ୍ବ ଉଦୀୟମାନ ଯୁବକ ସାମାଜିକ କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଅନେକ ବଦାନ୍ଯ ବ୍ୟକ୍ତିବିଶେଷଙ୍କ ସହଯୋଗରେ ଦୈନିକ ସମସ୍ତ କାର୍ଯ୍ୟ ସୁଚାରୁରୁପେ ସମ୍ପାଦିତ ହେଉଥିବା ନେଇ ଦେବଦୂତ ପରିଷଦର ବରିଷ୍ଠ ସଦସ୍ଯ ଉମାକାନ୍ତ ମହାପାତ୍ର, ପ୍ରଭୁଦତ୍ତ ପ୍ରଧାନ ଲିଙ୍କନ ସାହୁ, ରଞ୍ଜିତ ପ୍ରଧାନ,ସମୀର ପାତ୍ର,ଗିରିଧାରୀ ପ୍ରଧାନ ଓ ଅରବିନ୍ଦ ପାତ୍ରଙ୍କ ଠାରୁ ପ୍ରକାଶ। ଆଗାମୀ ଦିନରେ ଦେବଦୂତ ପରିଷଦ ପକ୍ଷରୁ ପରିବେଶ ସଫେଇ କାର୍ଯ୍ଯ ଠାରୁ ଆରମ୍ଭ କରି ବୃକ୍ଷରୋପଣ ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ପରିଷଦର ସଦସ୍ଯମାନେ ଜଣାଇଛନ୍ତିପ୍ରଶଂସା
ଦେବଦୂତ ପରିଷଦ ର ସାମାଜିକ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା
👇समाचार सुनने के लिए यहां क्लिक करें
और पढ़ें
- विज्ञापन