ଖଣ୍ଡପଡା ୩୦|୯ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧୀନ ରୟତି ଢୋଲମରା ଗ୍ରାମରେ ପ୍ରାଣୀ ଚିକିତ୍ସାଳୟର ନିଜସ୍ବ ଗୃହଟି ଏ ନଥିବାରୁ ଦିର୍ଘ ବର୍ଷ ଧରି ଏକ କ୍ଲବ ଘରେ ପ୍ରାଣୀ ଚିକିତ୍ସାଳୟଟି କାର୍ଯ୍ଯ କରୁଥିବା ଜଣାପଡିଛି।ଫଳରେ ଏଠାରେ କାର୍ଯ୍ଯରତ କର୍ମଚାରୀମାନେ ବିଭିନ୍ନ ସମୟରେ ସ୍ଥାନ ଅଭାବରୁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ପ୍ରକାଶଥାଉକି ପଶୁ ସମ୍ପଦର ସୁରକ୍ଷା ସହ ପଶୁପାଳନ ନିମନ୍ତେ ଜନସାଧାରଣଙ୍କ ମଧ୍ଯରେ ସ୍ବତନ୍ତ୍ର ଆଗ୍ରହ ସୃଷ୍ଟି କରିବାର ଲକ୍ଷ୍ଯ ନେଇ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ବାରମ୍ବାର ଦାବି ସତ୍ତ୍ବେ ମଧ୍ଯ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ରୟତ ଢୋଲମରା ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ରର ନିଜସ୍ବ ଗୃହ ପ୍ରତିଷ୍ଠା ନିମନ୍ତେ ଦୃଷ୍ଟି ନ ଦେବା ଦୁଃଖର ବିଷୟ ଅଟେ।ରୟତ ଢୋଲମରା ଗ୍ରାମ ସମେତ ଆଖପାଖ ଗ୍ରାମର ଜନସାଧାରଣ ଓ ପଶୁ ପାଳକମାନେ ବିଭିନ୍ନ ସମୟରେ ଉକ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିଲେ ହେଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେବା ସହ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ପରାମର୍ଶ ଅଭାବରୁ ଗାଈ,ଛେଳି, ମେଣ୍ଢା,ପଣ୍ଡା,ମଇଁଷି ଆଦି ଗୃହପାଳିତ ପଶୁ ଗୁଡିକ ଅକାଳରେ ମୃତ୍ୟୁବରଣ କରୁଥିବା ସ୍ଥାନୀୟ ଅଞ୍ଚଳର ଏକାଧିକ ପଶୁ ପାଳକ ଅଭିଯୋଗ କରିଛନ୍ତି।ବିଭିନ୍ନ ସମୟରେ ପଶୁ ପାଳକମାନେ ଆବଶ୍ୟକ ପରାମର୍ଶ ନେବା ପାଇଁ ଗ୍ରାମ ଠାରୁ ୫ କିଲୋମିଟର ଦୁରରେ ଅବସ୍ଥିତ ଗଣିଆ ବ୍ଲକ ଅଧୀନ ପ୍ରାଣୀ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଜଣାପଡିଛି।ରୟତ ଢୋଲମରା ପଞ୍ଚାୟତ ସରପଞ୍ଚ ମୁକୁତା ପରିଡ଼ା ସ୍ଥାନୀୟ ଅଞ୍ଚଳରେ ଏକ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ସ୍ଥାପନ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଜଣାପଡିଛି।ପ୍ରକାଶଥାଉକି ଗତ ୨୦୨୪ ମସିହାରେ ତତ୍କାଳୀନ ବିଧାୟକଙ୍କ ସମୟରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ପ୍ରତିଷ୍ଠା ନେଇ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ହେଁ ରାଜ୍ଯରେ ସରକାର ପରିବର୍ତ୍ତନ ହେବା ପରେ ଉକ୍ତ ଅନୁଦାନ ଅର୍ଥ ଅନ୍ୟ ବାଟରେ ବିନିଯୋଗ ହୋଇଥିବା ଜଣାପଡିଛି।ଅପରପକ୍ଷେ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ରଟି ପୂର୍ବ ପରି କ୍ଲବ ଘରେ ଅତି ଦୟନୀୟ ସ୍ଥିତିରେ କାର୍ଯ୍ଯ କରୁଥିବା ଜଣାପଡିଛି।ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ନୟାଗଡ଼ ଜିଲ୍ଲାପାଳ ଏ ଦିଗର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରୟତି ଢୋଲମରା ପଞ୍ଚାୟତବାସୀ ଦାବି କରିଛନ୍ତି।
କ୍ଳବ ଘରେ ଚାଲିଛି ରୟତ ଢୋଲମରା ପ୍ରାଣୀ ଚିକିତ୍ସାଳୟ ସହାୟତା କେନ୍ଦ୍ର, ସ୍ଥାୟୀ ଗୃହ ନିର୍ମାଣ ଦାବି
👇समाचार सुनने के लिए यहां क्लिक करें
और पढ़ें
- विज्ञापन