କେନ୍ଦ୍ରାପଡ଼ା ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦ: ଅକ୍ଟୋବର ୫ରେ କେନ୍ଦ୍ରାପଡ଼ା ଆସିବ NHRCର ୩ ଜଣିଆ ତଦନ୍ତକାରୀ ଟିମ୍‌ /I

👇समाचार सुनने के लिए यहां क्लिक करें

କେନ୍ଦ୍ରାପଡ଼ା (ସିଧା ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସହ ଜଡ଼ିତ ଚର୍ଚ୍ଚିତ ବିବାଦ ଏବେ ଜାତୀୟ ମାନବାଧିକାର କମିସନ (NHRC) ନିକଟରେ ପହଞ୍ଚିଛି। ଏହି ଘଟଣାର ଗ୍ରାଉଣ୍ଡ ଲେଭେଲ ତଦନ୍ତ ପାଇଁ ଆସନ୍ତା ଅକ୍ଟୋବର ୫ ତାରିଖରେ ଏକ ୩ ଜଣିଆ ବିଶେଷ ଟିମ୍‌ କେନ୍ଦ୍ରାପଡ଼ାରେ ପହଞ୍ଚିବ। ଏ ନେଇ ଦିଲ୍ଲୀସ୍ଥିତ NHRC କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍‌ପି ଓ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି।

କାହାକୁ ପଚରାଉଚରା କରିବ NHRC ଟିମ୍‌? ତଦନ୍ତ ସମୟରେ କମିସନଙ୍କ ଟିମ୍‌ ଘଟଣା ସହ ଜଡ଼ିତ ସମସ୍ତ ପକ୍ଷଙ୍କ ସହ ସିଧାସଳଖ ଆଲୋଚନା କରିବ। ସୂଚନା ଅନୁସାରେ, ଏହି ଟିମ୍‌:

  • ମହାକାଳପଡ଼ା ପୁଲିସ ଓ ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ)

  • ବ୍ଲକ୍‌‌ କର୍ମଚାରୀ ଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ

  • ମାମଲାର ତଦନ୍ତକାରୀ ଅଧିକାରୀ ଏବଂ ସମ୍ପୃକ୍ତ ଡାକ୍ତର

ଏହି ସମସ୍ତଙ୍କୁ ପଚରାଉଚରା କରିବା ସହ ଘଟଣା ସମ୍ପର୍କିତ ଦସ୍ତାବିଜ, ପୁଲିସ ତଦନ୍ତ ରିପୋର୍ଟ ଏବଂ ମେଡିକାଲ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି।

କ’ଣ ଥିଲା ପୂର୍ବ ଘଟଣା? ଗତ ଜୁନ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ତାଙ୍କ ସହ ମାରପିଟ୍‌ ଓ ଦୁର୍ବ୍ୟବହାର ହୋଇଥିବା ନେଇ ସରପଞ୍ଚ ଚାମେଲି ଓଝା ଅଭିଯୋଗ ଆଣିଥିଲେ। ଅନ୍ୟପଟେ, ଏହି ଘଟଣାକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ଭିନ୍ନ ଅଭିଯୋଗ କରାଯାଇଥିଲା।

ଘଟଣା ଦିନଠାରୁ ସରପଞ୍ଚ ଚାମେଲି ଓଝା ନ୍ୟାୟ ଦାବି କରିଆସୁଥିବା ବେଳେ ଏବେ NHRCର ୩ ଜଣିଆ ଟିମ୍‌ର ଆଗମନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। କମିସନଙ୍କ ଏହି ସ୍ୱତନ୍ତ୍ର ତଦନ୍ତ ପରେ କେଉଁ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ତା’ଉପରେ ସମସ୍ତଙ୍କ ନଜର ରହିଛି।

Sidha Sambad
Author: Sidha Sambad

Leave a Comment

और पढ़ें