୩ୟ ଓ ୫ ମ ବୃତ୍ତି ପରୀକ୍ଷାରେ ୧୪ ଛାତ୍ରଛାତ୍ରୀ ଅନୁପସ୍ଥିତ

👇समाचार सुनने के लिए यहां क्लिक करें

୩ୟ ଓ ୫ ମ ବୃତ୍ତି ପରୀକ୍ଷାରେ ୧୪ ଛାତ୍ରଛାତ୍ରୀ ଅନୁପସ୍ଥିତ

ଖଣ୍ଡପଡ଼ା ୩|୧୦ (ନି.ପ୍ର) ଖଣ୍ଡପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ଅଧୀନ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଓ କଣ୍ଟିଲୋସ୍ଥିତ ନୀଳମାଧବ ନୋଡାଲ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୧୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି। ୩ ୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୧୭୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୧୭୪ ଜଣ ପରୀକ୍ଷା ଦେବା ସହ ୪ ଜଣ ଅନୁପସ୍ଥିତ ଥିବା ଜଣାପଡିଛି।ସେହିପରି ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ୧୬୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୧୫୭ ଜଣ ପରୀକ୍ଷା ଦେବା ସହ ୧୦ ଜଣ ଅନୁପସ୍ଥିତ ଥିବା ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କରଙ୍କ ଠାରୁ ପ୍ରକାଶ।ଉକ୍ତ ୨ ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ପରିଚାଳନାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସହଯୋଗ କରିଥିବା ବେଳେ ଏବିଇଓ କଳିଙ୍ଗ ଚନ୍ଦ୍ର ନାୟକ ଓ ପ୍ରଦୀପ୍ତ କୁମାର ସାହୁଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିବା ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें