ଭୁବନେଶ୍ୱର: ବନ୍ଧୁକ ମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଆସିଛି ନୂଆ ମୋଡ଼। ଚୋରି ଉଦ୍ଦେଶ୍ୟରେ ଅଭିଯୁକ୍ତ ଘରେ ପଶିଥିବା ଏବଂ ପରେ ଯୁବତୀଙ୍କୁ ଧମକ ଦେଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି।
ପୁଲିସ କମିଶନରଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଏକ ପିସ୍ତଲ ସଦୃଶ ଲାଇଟର ଧରି ଘରେ ପ୍ରବେଶ କରିଥିଲା। ଘରେ କେହି ନଥିବା ସୁଯୋଗ ନେଇ ସେ ଚୋରି ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା କୁହାଯାଇଛି। ଲାଇଟରଟିକୁ ଯୁବତୀ ପିସ୍ତଲ ବୋଲି ଭାବି ଭୟଭୀତ ହୋଇପଡ଼ିଥିଲେ।
ଘଟଣା ପରେ ଅଭିଯୁକ୍ତ ନୟାପଲ୍ଲୀରୁ ବସ୍ ଯୋଗେ ସିଆରପି ଛକ ଯାଇଥିଲା। ସେଠାରୁ ଅଟୋ ଯୋଗେ ଭରତପୁର ଯାଇଥିବା ପୁଲିସ କହିଛି। ଭରତପୁରରୁ ଏକ ନୂଆ ବାଇକ୍ ଚୋରି କରି ସେ ଫେରାର ହୋଇଥିଲା।
ଅଭିଯୁକ୍ତକୁ ଧରିବାରେ କ୍ରୁଟ୍ର ସିସିଟିଭି ଫୁଟେଜ୍ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଦେଇଥିଲା। ଫୁଟେଜ୍ ଆଧାରରେ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିବା ଜଣାପଡ଼ିଛି।
ପୁଲିସ ଅନୁସାରେ, ଅଭିଯୁକ୍ତ ଚକେଇସିହାଣୀ ଅଞ୍ଚଳରେ ରହୁଥିବାବେଳେ ତାଙ୍କ ମୂଳ ଘର ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଅଞ୍ଚଳରେ। ତାଙ୍କ ନାମରେ ପୂର୍ବରୁ ମୋବାଇଲ୍ ଚୋରି ମାମଲା ମଧ୍ୟ ଥିବା ପୁଲିସ ସୂଚନା ଦେଇଛି।
ତେବେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ, ସେନେଇ ଏବେବି ତଦନ୍ତ ଜାରି ରହିଛି। ଅଭିଯୋଗର ସତ୍ୟତା ସମେତ ଘଟଣାର ସମସ୍ତ ଦିଗ ତଦନ୍ତ କରୁଛି ପୁଲିସ
ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ: ଆସିଲା ନୂଆ ମୋଡ଼
👇समाचार सुनने के लिए यहां क्लिक करें
और पढ़ें
- विज्ञापन