NEET ପ୍ରଶ୍ନପତ୍ର ଲିକ୍ ମାମଲା: ଶୀଘ୍ର CBI ଚାର୍ଜସିଟ୍, ୧୩ ଗିର
ନୂଆଦିଲ୍ଲୀ: NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତକୁ ଆହୁରି ଜୋରଦାର କରିଛି CBI। ମାମଲାରେ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବାର ସୂଚନା ମିଳିଛି। ଏପର୍ଯ୍ୟନ୍ତ ମାମଲାରେ ୧୩ ଜଣଙ୍କୁ ଗିରଫ କରାଯାଇଛି।
ତେବେ CBIର ଚାର୍ଜସିଟ୍ରେ NTA କିମ୍ବା କୌଣସି ସରକାରୀ ଅଧିକାରୀଙ୍କ ନାଁ ନଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଡ଼ିତ ବ୍ୟକ୍ତି ଓ ନେଟୱର୍କକୁ ନେଇ ତଦନ୍ତ ଚାଲିଥିବା ବେଳେ CBI ପକ୍ଷରୁ ମାମଲାର ବିଭିନ୍ନ ଦିଗରେ ପ୍ରମାଣ ସଂଗ୍ରହ କରାଯାଇଛି।
ଏହି ମାମଲା ନେଇ ଆଗାମୀ ଦିନରେ ଚାର୍ଜସିଟ୍ରେ ଆହୁରି କିଛି ତଥ୍ୟ ସ୍ପଷ୍ଟ ହେବାର ସମ୍ଭାବନା ରହିଛି।
#NEET #NEETPaperLeak #CBI #NTA #NEETUG #EducationNews #CBIInvestigation #PaperLeak #SidhaSambad #OdishaNew