ନୀଳଗିରି (ସିଦ୍ଧIସମ୍ବାଦ କଳିଙ୍ଗ):

ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ନୀଳଗିରି ବିଜୁ ଜନତା ଦଳ (BJD) ପକ୍ଷରୁ ଏକ ଭବ୍ୟ ସମାରୋହ ଓ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୀଳଗିରିର ପୂର୍ବତନ ବିଧାୟକ ଶ୍ରୀ ସୁକାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ନେତା, କର୍ମୀ ଓ ସ୍ଥାନୀୟ ଯୁବକ ଯୋଗଦେଇ ରକ୍ତଦାନ କରିଛନ୍ତି।
କାର୍ଯ୍ୟକ୍ରମାରମ୍ଭରେ ନବୀନ ବାବୁଙ୍କ ଦୀର୍ଘାୟୁ କାମନା କରିବା ସହ ତାଙ୍କର ଓଡ଼ିଶା ପ୍ରତି ଥିବା ଅବଦାନକୁ ସ୍ମରଣ କରାଯାଇଥିଲା। ଏହି ଅବସରରେ ପ୍ରାକ୍ତନ ବିଧାୟକ ଶ୍ରୀ ସୁକାନ୍ତ ନାୟକ କହିଛନ୍ତି ଯେ, “ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଓ ମାନବ ସେବା ମନୋଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଜୟନ୍ତୀରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଆମେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଓ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଆଗକୁ ବଢାଉଛୁ।”
ଏହି ଶିବିରରେ ବହୁସଂଖ୍ୟାରେ ମହିଳା ଓ ଯୁବ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସ୍ଥାନୀୟ BJD ନେତୃବୃନ୍ଦ, କର୍ମୀ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।