ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେବ ଲଘୁଚାପ: ଓଡ଼ିଶାରୁ ମୌସୁମୀ ବିଦାୟ, ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା I

👇समाचार सुनने के लिए यहां क्लिक करें

ଚଳିତ ମାସ ଶେଷ ସପ୍ତାହ ବେଳକୁ ବଙ୍ଗୋପସାଗର ଏବଂ ଆରବ ସାଗରରେ ପୃଥକ୍‌ ଭାବେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ତା’ର ବିସ୍ତାରିତ ଆକଳନ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି।

  • ବଙ୍ଗୋପସାଗର: ଆସନ୍ତା ୨୩ କିମ୍ବା ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୨୫ କିମ୍ବା ୨୬ ତାରିଖ ସୁଦ୍ଧା ଏଠାରେ ଏକ ଲଘୁଚାପ କ୍ଷେତ୍ର ରୂପ ନେଇପାରେ।

  • ଆରବ ସାଗର: ସମାନ ସମୟରେ, ୨୩-୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ଆରବସାଗର ଓ ଲାକ୍ଷାଦ୍ବୀପ ଅଞ୍ଚଳରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୫-୨୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବା ନେଇ ଆଇଏମ୍‌ଡି ସ୍ପଷ୍ଟ କରିଛି।

ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁଙ୍କ ସୂଚନା ଅନୁସାରେ, ଏହି ଦୁଇଟି ସିଷ୍ଟମ ମଧ୍ୟରୁ ଗୋଟିଏ ଘନୀଭୂତ ହୋଇ ଅବପାତ (Depression) ରୂପ ନେଇପାରେ। ତେବେ କେଉଁ ସିଷ୍ଟମ୍‌ ଅଧିକ ଶକ୍ତିଶାଳୀ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ଓଡ଼ିଶା ସମେତ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାବର୍ତ୍ତନ କରିଛି। ଗତବର୍ଷ ଅକ୍ଟୋବର ୧୬ରେ ମୌସୁମୀ ବିଦାୟ ନେଇଥିବା ବେଳେ ଏଥର ଅକ୍ଟୋବର ୧୫ରେ ଏହା ଦେଶରୁ ବିଦାୟ ନେଇଛି।

Sidha Sambad
Author: Sidha Sambad

Leave a Comment

और पढ़ें